Masthead

ମୁଣ୍ଡକାଟ ପାଇଁ ୧୦ ହଜାର

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମାତ୍ର ୧୦ ହଜାର ଟଙ୍କା ପାଇଁ ମୁଣ୍ଡକାଟ। ବହୁଚର୍ଚ୍ଚିତ ସାମନ୍ତରାପୁର ମିଠାଦୋକାନୀ ହତ୍ୟାକାଣ୍ଡରେ ଏପରି ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏ ନେଇ ଆଜି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କମିଶନର କହିଛନ୍ତି ମିଠା ଦୋକାନୀ ଶମ୍ଭୁଙ୍କୁ ହତ୍ୟା କରିବା ପାଇଁ ଦିଆଯାଇଥିଲା ସୁପାରି। ସୁପାରି ଦେଇଥିଲେ ଶମ୍ଭୁଙ୍କ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀ ତଥା ସେହି ସାମନ୍ତରାପୁର ଛକରେ ମିଠା ଦୋକାନ କରିଥିବା ରାଜା ବେହେରା। ସୁପାରି ନେଇ ହତ୍ୟାକାଣ୍ଡ ଘଟାଇଥିବା ଆଶୁତୋଷ ଏବଂ ଶ୍ରୀତିକ ୪ ତାରିଖ ଦିନ ଦ୍ୱିପ୍ରହରରେ ସାମନ୍ତରାପୁର ଛକରେ ଶମ୍ଭୁଙ୍କୁ ଏକ କାତିରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ।

ଉଭୟ ଏକ ବାଇକରେ ଶମ୍ଭୁଙ୍କୁ ଗୋଡ଼ାଇଥିଲେ। ଆଶୁତୋଷ ବାଇକ ଚଳାଉଥିବାବେଳେ ଶ୍ରୀତିକ୍ ଶମ୍ଭୁଙ୍କ ବେକକୁ ହାଣିପକାଇଥିଲେ। ଏହି ଦୁଇଜଣଙ୍କୁ ପୋଲିସ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରୁ ଗିରଫ କରିଛି। ଏମାନଙ୍କୁ ମିଶାଇ ଏହି ହତ୍ୟାକାଣ୍ଡରେ ପୋଲିସ କବଜାରେ ୮ ଜଣ ପଡ଼ିଛନ୍ତି। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ରାଜା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ରାଜାଙ୍କ ବାପା, ମାଙ୍କ ସମେତ ୫ଜଣଙ୍କୁ ଗିରଫ କରିଥିଲା। କମିଶନରଙ୍କ କହିବା ଅନୁଯାୟୀ ଶମ୍ଭୁଙ୍କୁ ହତ୍ୟା କରିବା ପାଇଁ ୫୦ ହଜାର ଟଙ୍କାରେ ଡିଲ୍ ହୋଇଥିଲା। ସୁପାରି କିଲରଙ୍କୁ ୧୦ ହଜାର ଟଙ୍କା ଆଡଭାନ୍ସ ଦିଆଯାଇଥିବାବେଳେ ହତ୍ୟାକାଣ୍ଡ ପରେ ଅବଶିଷ୍ଟ ୪୦ ହଜାର ଦିଆଯିବ ବୋଲି କଥା ଛିଣ୍ଡିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ