ମୋଟେରାରେ ସ୍ପିନର ଯାଦୁ

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ୪ର୍ଥ ଟେଷ୍ଟରେ ଭ୍ରମରକାରୀ ଇଂଲଣ୍ଡ ଟିମର ବ୍ୟାଟିଂ ବିପର୍ଯୟ । ୨୦୫ରେ ଅଲଆଉଟ ହୋଇଛି ଇଂଲଣ୍ଡ ଟିମ । ଖେଳ ଆରମ୍ଭରୁ ବିରାଟ ବାହିନୀ ଦେଖାଇଥିଲା ଦମ । ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ଇଂଲଣ୍ଡ । ଖେଳ ଆରମ୍ଭର ଦ୍ୱିତୀୟ ଓଭରରେ ଅକ୍ଷର ପଟେଲକୁ ମିଳିଥିଲା ସଫଳତା । ଇଂଲଣ୍ଡକୁ ଅଲଆଉଟ କରିବାରେ ମଧ୍ୟ ଅକ୍ଷର ନେଇଛନ୍ତି ବଡ ଭୂମିକା । ଭାଙ୍ଗିଛନ୍ତି ରୁଟ ବାହୀନିର ମେରୁଦଣ୍ଡ ।

ଫଳରେ ୭୫. ୫ ଓଭରରେ ଇଂଲଣ୍ଡ କରିଛି ୨୦୫ ରନ । ଅକ୍ଷରଙ୍କୁ ୪ ଓ ଅଶ୍ୱିନୀଙ୍କୁ ମିଳିଛି ୩ ୱିକେଟ । ୨ ଓପନର ଖେଳର କିଛି ସମୟ ମଧ୍ୟରେ ଫେରିଥିଲେ ପାବଲିୟନ । ବେନ ଷ୍ଟ୍ରେକସ ୫୫ ରନ କରି ୱାଶିଂଟନ ସୁନ୍ଦରଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଚତୁର୍ଥ ତଥା ଶେଷ ଟେଷ୍ଟ । ଏହି ମ୍ୟାଚ୍ ଜିତିଲେ ବା ଡ୍ର ରହିଲେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଚାମ୍ପିଆନସିପର ଫାଇନାଲ ଖେଳିବାର ଟିକେଟ୍ ଫାଇନାଲ ।

୨-୧ରେ ଭାରତ ରହିଛି ସିରିଜ ଆଗୁଆ । ୩ୟ ଟେଷ୍ଟରେ ଭାରତ ମ୍ୟାଚ ଜିତିଥିବାରୁ ମନୋବଳ ରହିଛି ଦୃଢ । ଘରୋଇ ମାଟିରେ ଟିମ ଇଣ୍ଡିିଆର ରହିଛି ଦବଦବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ