Masthead

ମୋଟେରାରେ ସ୍ପିନର ଯାଦୁ

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ୪ର୍ଥ ଟେଷ୍ଟରେ ଭ୍ରମରକାରୀ ଇଂଲଣ୍ଡ ଟିମର ବ୍ୟାଟିଂ ବିପର୍ଯୟ । ୨୦୫ରେ ଅଲଆଉଟ ହୋଇଛି ଇଂଲଣ୍ଡ ଟିମ । ଖେଳ ଆରମ୍ଭରୁ ବିରାଟ ବାହିନୀ ଦେଖାଇଥିଲା ଦମ । ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ଇଂଲଣ୍ଡ । ଖେଳ ଆରମ୍ଭର ଦ୍ୱିତୀୟ ଓଭରରେ ଅକ୍ଷର ପଟେଲକୁ ମିଳିଥିଲା ସଫଳତା । ଇଂଲଣ୍ଡକୁ ଅଲଆଉଟ କରିବାରେ ମଧ୍ୟ ଅକ୍ଷର ନେଇଛନ୍ତି ବଡ ଭୂମିକା । ଭାଙ୍ଗିଛନ୍ତି ରୁଟ ବାହୀନିର ମେରୁଦଣ୍ଡ ।

ଫଳରେ ୭୫. ୫ ଓଭରରେ ଇଂଲଣ୍ଡ କରିଛି ୨୦୫ ରନ । ଅକ୍ଷରଙ୍କୁ ୪ ଓ ଅଶ୍ୱିନୀଙ୍କୁ ମିଳିଛି ୩ ୱିକେଟ । ୨ ଓପନର ଖେଳର କିଛି ସମୟ ମଧ୍ୟରେ ଫେରିଥିଲେ ପାବଲିୟନ । ବେନ ଷ୍ଟ୍ରେକସ ୫୫ ରନ କରି ୱାଶିଂଟନ ସୁନ୍ଦରଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଚତୁର୍ଥ ତଥା ଶେଷ ଟେଷ୍ଟ । ଏହି ମ୍ୟାଚ୍ ଜିତିଲେ ବା ଡ୍ର ରହିଲେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଚାମ୍ପିଆନସିପର ଫାଇନାଲ ଖେଳିବାର ଟିକେଟ୍ ଫାଇନାଲ ।

୨-୧ରେ ଭାରତ ରହିଛି ସିରିଜ ଆଗୁଆ । ୩ୟ ଟେଷ୍ଟରେ ଭାରତ ମ୍ୟାଚ ଜିତିଥିବାରୁ ମନୋବଳ ରହିଛି ଦୃଢ । ଘରୋଇ ମାଟିରେ ଟିମ ଇଣ୍ଡିିଆର ରହିଛି ଦବଦବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା