Masthead

ଏପଟେ ବଢୁଛି ସମୀରଙ୍କ ଟେନସନ, ସେପଟେ ଟିକେଟ ବାଣ୍ଟି ଆସିଲେ ରାଜା ସ୍ୱାଇଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚାଲିଛି ବିଜେଡି ନେତାଙ୍କ ଟିକେଟ ବଣ୍ଟା ପର୍ବ । ଗୋଟିଏ ପରେ ଗୋଟିଏ ନେତା ଯେଉଁଭଳି ଟିକେଟ ବାଣ୍ଟୁଛନ୍ତି ଲାଗୁଛି ଯେମିତି ଟିକେଟ ବଣ୍ଟନ ଏ ଦଳ ଉପରେ ନବୀନଙ୍କ କଣ୍ଟ୍ରୋଲ ନାହିଁ । ପ୍ରଥମେ ଧାମନଗରରେ ଡାକ୍ତର ରାଜେନ୍ଦ୍ର ଦାସଙ୍କ ପାଇଁ ଟିକେଟ ବାଣ୍ଟିଲେ ମୁକ୍ତିମଣ୍ଡଳ । ପରେ ବସ୍ତାରେ ନିତ୍ୟାନନ୍ଦଙ୍କୁ ଆଉଟ କରି ଶୁଭାସିନୀ ଜେନାଙ୍କ ପାଇଁ ଟିକେଟ ବାଣ୍ଟିଲେ ପ୍ରତାପ ଦେବ ଓ ଅଶ୍ୱନି ପାତ୍ର । ଧର୍ମେନ୍ଦ୍ରଙ୍କ ଢେଙ୍କାନାଳ ଲଢେଇର କଥା ଉଠି ନଥିଲା ନିଜେ ନିଜେ ଡିକଲାର କରିଦେଲେ ମହେଶ ସାହୁ । ଆଉ ଥରେ ମୁଁ ଲଢିବି ଆଉ ଧର୍ମେନ୍ଦ୍ରଙ୍କୁ ହରେଇବି ।

ଏହି ଟିକେଟ ବଣ୍ଟା ଭିତରେ ଏବେ ଏଣ୍ଟ୍ରି ମାରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ରାଜା ସ୍ୱାଇଁ ନିମାପଡ଼ାରେ କହିଛନ୍ତି ଏଠୁ ନିଶ୍ଚିତ ଲଢିବେ ସମୀର ଦାସ ।ବିଜୁ ଜନତା ଦଳରେ କିଏ ଟିକେଟ ପାଇବ ତାହା ଶେଷ ପର୍ଯ୍ୟନ୍ତ ସ୍ଥିର ହୋଇ ନଥାଏ । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାଡ଼ିଦେଲେ ବାକି ସମସ୍ତଙ୍କ ଟିକେଟ ଅନିଶ୍ଚିତତା କହିଲେ ଭୁଲ ହେବ ନାହିଁ ।

ଗଲା ୫ ଟର୍ମରେ ଏଭଳି ଚିତ୍ର ଦେଖିବାକୁ ମିଳେ । କିନ୍ତୁ ଏଥର ଗୋଟେ ଅଲଗା ପ୍ରକାର ଚିତ୍ର ହୋଇଛି । ନବୀନ ଟିକେଟ ନାଁ ଘୋଷଣା କରିବା ପୂର୍ବରୁ ଦଳର କିଛି ନେତା ବୁଲି ବୁଲି ଟିକେଟ ବାଣ୍ଟୁଛନ୍ତି । ନିଜର ଟିକେଟ ଅଛି କି ନାହିଁ ଫାଇନାଲ ହୋଇନାହିଁ କିନ୍ତୁ ପର ପାଇଁ ଏମାନେ ଟିକେଟ ବାଣ୍ଟିବାରେ ବ୍ୟସ୍ତ ।

ଏଥିରୁ କ’ଣ ବୁଝାପଡ଼ୁଛି ? ବାସ୍ତବରେ ନବୀନଙ୍କର ଆଗ ଭଳି ଆଉ ଦଳ ଉପରେ ନିୟନ୍ତ୍ରଣ ନାହିଁ କି? ଏଭଳି ଦଳର ସଭାପତି ଘୋଷଣା କରିବା ପୂର୍ବରୁ ଏଭଳି ଟିକେଟ ବାଣ୍ଟିବା ବିଶୃଙ୍ଖଳା କି ନୁହେଁ ? ଯେଉଁ ବିଶୃଙ୍ଖଳା ଆଗରୁ ବିଜୁ ଜନତା ଦଳରେ ନଥିଲା ଲମ୍ବା ସମୟ ଶାସନରେ ରହିଲା ପରେ ସେଭଳି ବିଶୃଙ୍ଖଳା ଦେଖା ଦେଲାଣି କି ?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ