ନିମାପଡାରେ ଚାଷୀ ଅସନ୍ତୋଷ

ନିମାପଡ଼ା(ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ନିମାପଡା ବାମନାଳ ପଞ୍ଚାୟତ ଗଦେଇ ଜେନା ସେବାସମବାୟ ସମିତିରେ ଦେଖାଦେଇଛି ଚାଷୀ ଅସନ୍ତୋଷ । ଭଡା ଗୃହରେ ଏହି ସେବାସମବାୟ ସମିତିର କାର୍ଯ୍ୟାଳୟ ଚାଲିବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ନିର୍ମାଣଧୀନ ସେବା ସମବାୟ ସମିତି ଗୋଦାମ ଗୃହ ଓ କାର୍ଯ୍ୟାଳୟର କାର୍ଯ୍ୟ ୨୦୧୬ ମସିହାରେ ସଂପୂର୍ଣ୍ଣ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ମାସକୁ ୬ ହଜାର ଭଡା ଦେଇ ବାମନାଳଠାରେ ଏକ ଭଡା ଘରେ ଚାଲିଛି କାର୍ଯ୍ୟାଳୟ କାର୍ଯ୍ୟ ।

୩୨ ଲକ୍ଷ ୫୨ ହଜାର ୨୦୬ ଟଙ୍କାରେ ନିର୍ମିତ ନୂତନ କାର୍ଯ୍ୟାଳୟ ଏବେ ଭୂତ କୋଠି ପାଲଟିଛି । ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ନିଜେ ଟଙ୍କା ଖର୍ଚ୍ଚ କରି ୫ କିଲୋମିଟର ଯିବାକୁ ପଡୁଛି । ଏନେଇ ହଜାରରୁ ଉର୍ଦ୍ଧ ଚାଷୀ ପୁରୀ ଜିଲ୍ଲାପାଳ , ସମବାୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଲିଖିତ ଭାବେ ଜାଣାଇଛନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ ଚୁପ ହୋଇ ବସିରହିଛି ପ୍ରଶାସନ । ଏହି ଘଟଣାକୁ ନେଇ ଚାଷୀ ଅନ୍ଦୋଳନର ଦାନା ବାନ୍ଧୁଛି । ଚାଷୀ ତାର ହକ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’