Masthead

ନିମାପଡାରେ ଚାଷୀ ଅସନ୍ତୋଷ

ନିମାପଡ଼ା(ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ନିମାପଡା ବାମନାଳ ପଞ୍ଚାୟତ ଗଦେଇ ଜେନା ସେବାସମବାୟ ସମିତିରେ ଦେଖାଦେଇଛି ଚାଷୀ ଅସନ୍ତୋଷ । ଭଡା ଗୃହରେ ଏହି ସେବାସମବାୟ ସମିତିର କାର୍ଯ୍ୟାଳୟ ଚାଲିବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ନିର୍ମାଣଧୀନ ସେବା ସମବାୟ ସମିତି ଗୋଦାମ ଗୃହ ଓ କାର୍ଯ୍ୟାଳୟର କାର୍ଯ୍ୟ ୨୦୧୬ ମସିହାରେ ସଂପୂର୍ଣ୍ଣ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ମାସକୁ ୬ ହଜାର ଭଡା ଦେଇ ବାମନାଳଠାରେ ଏକ ଭଡା ଘରେ ଚାଲିଛି କାର୍ଯ୍ୟାଳୟ କାର୍ଯ୍ୟ ।

୩୨ ଲକ୍ଷ ୫୨ ହଜାର ୨୦୬ ଟଙ୍କାରେ ନିର୍ମିତ ନୂତନ କାର୍ଯ୍ୟାଳୟ ଏବେ ଭୂତ କୋଠି ପାଲଟିଛି । ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ନିଜେ ଟଙ୍କା ଖର୍ଚ୍ଚ କରି ୫ କିଲୋମିଟର ଯିବାକୁ ପଡୁଛି । ଏନେଇ ହଜାରରୁ ଉର୍ଦ୍ଧ ଚାଷୀ ପୁରୀ ଜିଲ୍ଲାପାଳ , ସମବାୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଲିଖିତ ଭାବେ ଜାଣାଇଛନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ ଚୁପ ହୋଇ ବସିରହିଛି ପ୍ରଶାସନ । ଏହି ଘଟଣାକୁ ନେଇ ଚାଷୀ ଅନ୍ଦୋଳନର ଦାନା ବାନ୍ଧୁଛି । ଚାଷୀ ତାର ହକ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି