ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ଦାଶ । ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ଦାଶ । ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ । ବିଜୟପାଲ ସିଂ ତୋମାର, ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଲେ ସମୀର । ଟିକେଟ କଟିଥିବାରୁ ସକାଳେ ବିଜେଡି ଛାଡ଼ିଥିଲେ ସମୀର । ବିଜେଡି ନେତୃବୃନ୍ଦ ଭରସା ନ କରିବାରୁ ଦଳ ଛାଡ଼ିଲି କହିଲେ ସମୀର । ପ୍ରଭାତି ପରିଡ଼ା ଲକ୍ଷାଧିକ ଭୋଟରେ ନିଶ୍ଚିତ ଜିତିବେ ବୋଲି କହିଛନ୍ତି ସମୀର ।
ବିଜେପିରେ ସାମିଲ୍ ହେବା ପରେ ସମୀର ଦାଶଙ୍କ ପ୍ରତିକ୍ରିୟା । ମୋ ଉପରେ ବିଜେଡି ନେତାଙ୍କ ଭରସା ରହିଲାନି । ନେତୃତ୍ବର ଭରସା ନ ରହିଲେ ଦଳରେ କାର୍ଯ୍ୟ କରିବା ସମ୍ଭବ ନୁହେଁ । ମୋଦିଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲି । ମୋଦି ଆତ୍ମବିଶ୍ବାସ ଓ ଭରସାର ବାତାବରଣ ସୃଷ୍ଟି କରିଛନ୍ତି । ମୋଦି କେବଳ କୁହନ୍ତିନି, କାର୍ଯ୍ୟରେ କରି ଦେଖାନ୍ତି ବୋଲି କହିଛନ୍ତି ସମୀର । ମୋତେ ଦଳ ଯେଉଁ ଦାୟିତ୍ବ ଦେବ ନିଷ୍ଠାର ସହ ତୁଲାଇବି । ନିର୍ବାଚନ ବେଳେ ଓ ନିର୍ବାଚନ ପରେ ଯେଉଁ ଦାୟିତ୍ବ ମିଳିବ ତୁଲାଇବି ।