Masthead

ଲୋକସଭା ସାଂସଦମାନେ ଭୟ ନ କରି ଦୁଇ ଜଣ ଯୁବକଙ୍କୁ ଧରିଥିଲେ: ଅଧୀର ରଂଜନ ଚୌଧୁରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦ ଭବନ ସୁରକ୍ଷାରେ ତ୍ରୁଟି। ଲୋକସଭାରେ ଅଚାନକ ପଶି ଟେବୁଲ ଉପରେ ଦୌଡ଼ିଲେ ଦୁଇ ଯୁବକ । ଦର୍ଶକ ଗ୍ୟାଲେରୀରୁ ଡ଼େଇଁ ସାଂସଦଙ୍କ ଟେବୁଲ ଉପରେ ଚଢିଲେ । ଏହି ଘଟଣାକୁ ନେଇ ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି । ୨୦୦୧ ଡିସେମ୍ବର ୧୩ ତାରିଖରେ ପୁରୁଣା ପାଲ୍ୟାମେଣ୍ଟରେ ଆକ୍ରମଣ ହୋଇଥିଲା , ଆଜି ସକାଳେ ଆମେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲୁ । ଆଜି ମଧ୍ୟ ସଂଯୋଗ ବଶତଃ ଆକ୍ରମଣ ହୋଇଛି । ଆମେ ମାନୁଛୁ ସେତେବେଳର ଆକ୍ରମଣ ଏକ ପ୍ରକାରର ଥିଲା, ଆଜି ଆକ୍ରମଣ ଅନ୍ୟ ପ୍ରକାରର ଥିଲା । କିନ୍ତୁ ଭାବିବାର କଥା ଆକ୍ରମଣ ହୋଇଥିବା ଦିନରେ ହିଁ ଆଜି ଏହି ଆକ୍ରମଣ କେମିତି ହେଲା । ଏଥିରୁ ଏହା ସ୍ପଷ୍ଟ ହେଉଛି ଯାହା ଶତର୍କତା ନେବାର ଆବଶ୍ୟକତା ଥିଲା ସେହି ଶତର୍କତା ଆମେ ନେଇପାରିଲୁ ନାହିଁ । ଯେତେବେଳେ ଦୁଇ ଜଣ ବ୍ୟକ୍ତି ସଂସଦ ମଧ୍ୟକୁ ଡେଇଁଲେ, ଆମ ସାଂସଦ ସାଥୀ ମାନେ ତାଙ୍କୁ ତୁରନ୍ତ ମାଡିବସି ଥିଲେ । ଲୋକସଭା ସାଂସଦମାନେ ଭୟ ନ କରି ଦୁଇ ଜଣ ଯୁବକଙ୍କୁ ଧରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା