ସରକାର ଗଠନ ପାଇଁ ସାଙ୍ଗାମାଙ୍କ ଦାବି

ମେଘାଳୟ (ବଡ଼ ଖବର ବ୍ୟୁରୋ): ମେଘାଳୟରେ ଏନପିପି ମୁଖ୍ୟ କନରାଡ ସାଙ୍ଗାମା ନିର୍ବାଚନରେ ଜିତିବାର ଗୋଟିଏ ଦିନ ପରେ ସରକାର ଗଠନ ପାଇଁ ଦାବି କରିଛନ୍ତି । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ସାଙ୍ଗାମା କହିଛନ୍ତି ବିଜେପି ଆମକୁ ଆନୁଷ୍ଠିନକ ସମର୍ଥନ ଦେଇଛନ୍ତି । ବିଜେପି ବ୍ୟତୀତ ଅନ୍ୟ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି । ସରକାର ଗଠନ ପାଇଁ ଆମର ଯଥେଷ୍ଟ ସଂଖ୍ୟା ଅଛି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗ ଦେବେ ବୋଲି ଆମକୁ ସୂଚନା ଦିଆଯାଇଛି । ଆମେ ପିଏମଓରୁ ସ୍ପଷ୍ଟତା ପାଇଁ ଅପେକ୍ଷା କରିଛୁ ।

ଗତକାଲି ତ୍ରିପୁରା , ନାଗାଲାଣ୍ଡ ସହ ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ଆସିଛି। ଏଥିରେ କନରାଡ ସାଙ୍ଗମାଙ୍କ ନ୍ୟାଶନାଲ ପିପୁଲ୍ସ ପାର୍ଟି ସର୍ବବୃହତ ଦଳ ଭାବରେ ଉଭା ହୋଇଛି। ରାଜ୍ୟର ମୋଟ ୬୦ ଟି ବିଧାନସଭା ଆସନ ମଧ୍ୟରୁ ୫୯ ଟି ନିର୍ବାଚନ ହୋଇଥିଲା । ବହୁମତ ସଂଖ୍ୟା ୩୦ ରହିଥିଲା । ହେଲେ କୌଣସି ଗୋଟିଏ ଦଳ କିମ୍ବା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିନାହିଁ । ଏନପିପିକୁ ସର୍ବାଧିକ ୨୬ଟି ଆସନ ମିଳିଥିବା ବେଳେ କଂଗ୍ରେସ ଓ ଟିଏମସିକୁ ୫ ଲେଖାଏଁ , ବିଜେପିକୁ ୨ ଏବଂ ଅନ୍ୟ ଦଳଗୁଡ଼ିକୁ ୨୧ ଆସନ ମିଳିଛି । ଏନପିପି ବିଜେପି ଓ ଅନ୍ୟ ଦଳର ସମର୍ଥନରେ ଗଢିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’