Masthead

ସରକାର ଗଠନ ପାଇଁ ସାଙ୍ଗାମାଙ୍କ ଦାବି

ମେଘାଳୟ (ବଡ଼ ଖବର ବ୍ୟୁରୋ): ମେଘାଳୟରେ ଏନପିପି ମୁଖ୍ୟ କନରାଡ ସାଙ୍ଗାମା ନିର୍ବାଚନରେ ଜିତିବାର ଗୋଟିଏ ଦିନ ପରେ ସରକାର ଗଠନ ପାଇଁ ଦାବି କରିଛନ୍ତି । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ସାଙ୍ଗାମା କହିଛନ୍ତି ବିଜେପି ଆମକୁ ଆନୁଷ୍ଠିନକ ସମର୍ଥନ ଦେଇଛନ୍ତି । ବିଜେପି ବ୍ୟତୀତ ଅନ୍ୟ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି । ସରକାର ଗଠନ ପାଇଁ ଆମର ଯଥେଷ୍ଟ ସଂଖ୍ୟା ଅଛି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗ ଦେବେ ବୋଲି ଆମକୁ ସୂଚନା ଦିଆଯାଇଛି । ଆମେ ପିଏମଓରୁ ସ୍ପଷ୍ଟତା ପାଇଁ ଅପେକ୍ଷା କରିଛୁ ।

ଗତକାଲି ତ୍ରିପୁରା , ନାଗାଲାଣ୍ଡ ସହ ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ଆସିଛି। ଏଥିରେ କନରାଡ ସାଙ୍ଗମାଙ୍କ ନ୍ୟାଶନାଲ ପିପୁଲ୍ସ ପାର୍ଟି ସର୍ବବୃହତ ଦଳ ଭାବରେ ଉଭା ହୋଇଛି। ରାଜ୍ୟର ମୋଟ ୬୦ ଟି ବିଧାନସଭା ଆସନ ମଧ୍ୟରୁ ୫୯ ଟି ନିର୍ବାଚନ ହୋଇଥିଲା । ବହୁମତ ସଂଖ୍ୟା ୩୦ ରହିଥିଲା । ହେଲେ କୌଣସି ଗୋଟିଏ ଦଳ କିମ୍ବା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିନାହିଁ । ଏନପିପିକୁ ସର୍ବାଧିକ ୨୬ଟି ଆସନ ମିଳିଥିବା ବେଳେ କଂଗ୍ରେସ ଓ ଟିଏମସିକୁ ୫ ଲେଖାଏଁ , ବିଜେପିକୁ ୨ ଏବଂ ଅନ୍ୟ ଦଳଗୁଡ଼ିକୁ ୨୧ ଆସନ ମିଳିଛି । ଏନପିପି ବିଜେପି ଓ ଅନ୍ୟ ଦଳର ସମର୍ଥନରେ ଗଢିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ