Masthead

‘ଦୁର୍ନୀତିିକୁ ପ୍ରଶୟ ଦେଉଛନ୍ତି ପ୍ରଧାନମନ୍ତ୍ରୀ’

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ):  ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି। ଖାଲି ସେତିକି ନୁହେଁ ପିଏମଓ, ଗୃହ ମନ୍ତ୍ରାଳୟ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ବିରୋଧରେ ମଧ୍ୟ ମଲିକ ଗୁରୁତର ଅଭିଯୋଗ ଆଣିଛନ୍ତି। ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ପାହ୍ୟ ତଥା ଧାରା ୩୭୦ ଉଚ୍ଛେଦ ପୂର୍ବରୁ ଶେଷ ରାଜ୍ୟପାଳ ରହିଥିବା ମଲିକ ‘ଦି ୱାୟାର’କୁ ଏକ ସାକ୍ଷାତକାରରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କାଶ୍ମୀର ମାମଲାରେ ଅନଭିଜ୍ଞ ଏବଂ ତାଙ୍କ ପାଖରେ କାଶ୍ମୀର ସ୍ଥିତି ନେଇ ଭୁଲ୍‌ ସୂଚନା ରହୁଛି। କିନ୍ତି, ୨୦୧୯ରେ ପୁଲୱାମାରେ ଯବାନଙ୍କ ଉପରେ ଯେଉଁ ପ୍ରଚଣ୍ଡ ଆକ୍ରମଣ ହୋଇଥିଲା ତାହା କେନ୍ଦ୍ର ଗୃହ ମନ୍ତ୍ରାଳୟର ତ୍ରୁଟି ଥିଲା ଏବଂ ତାଙ୍କୁ ଏ ସଂପର୍କରେ ମୁହଁ ଖୋଲିବାକୁ ମନା କରାଯାଇଥିଲା। ‘ପୁଲୱାମା ଆକ୍ରମଣ ମାମଲାରେ ଚୁପ୍‌ ରହିବାକୁ ମୋଦି ମତେ କହିଥିଲେ’।

ସିଆର୍‌ପିଏଫ୍‌ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟର ତ୍ରୁଟି ଏବଂ ଅପାରଗତା ଯୋଗୁଁ ଏହି ଆକ୍ରମଣ ହୋଇଥିଲା ବୋଲି ମଲିକ କହିଛନ୍ତି। ସେ କହିଛନ୍ତି ଯେ ସିଆର୍‌ପିଏଫ୍‌ ଯବାନଙ୍କୁ ନେବା ପାଇଁ ବିମାନ ଆବଶ୍ୟକତା ସଂପର୍କରେ ଦାବି ରଖିଥିଲା ଏବଂ ତତ୍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂହ ଏହାକୁ ଅଣଦେଖା କରିଥିଲେ। ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆଣି ମଲିକ କହିଛନ୍ତି- ‘ଏସବୁ ତ୍ରୁଟି ନେଇ ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିଥିଲି, କିନ୍ତୁ ସେତେବେଳେ ଜିମ୍‌ କୋର୍ବିଟ ପାର୍କ ଗସ୍ତରେ ଥିବା ମୋଦି ମତେ ଚୁପ୍‌ ରହିବାକୁ କହିଥିଲେ। ଏନ୍‌ଏସ୍‌ଏ ଅଜିତ ଡୋଭାଲ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ନ ଖୋଲିବାକୁ ମତେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ଦେଖି ମୁଁ ଜାଣିପାରିଥିଲି ଯେ ପାକିସ୍ତାନ ଉପରେ ଦୋଷ ଲଦିବା ଏବଂ ନିର୍ବାଚନୀ ଫାଇଦା ନେବାକୁ ମୋଦି ସରକାର ଚାହୁଛି’। ପୁଲୱାମାରେ ଯବାନଙ୍କ ଉପରେ ଆକ୍ରମଣ ପାଇଁ ୩୦୦ କିଲୋଗ୍ରାମ ଆର୍‌ଡିଏକ୍ସ ବୋଝେଇ କାର ପାକିସ୍ତାନରୁ ଆସିଥିଲା ଏବଂ ଏହାକିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ରହିଥିଲା।

ଏହି ସାକ୍ଷାତକାରରେ ମଲିକ ପ୍ରଧାନମନ୍ତ୍ରୀଙ୍କୁ ଦୁର୍ନୀତି ସମର୍ଥକ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦୁର୍ନୀତିକୁ ଘୃଣା କରନ୍ତି ନାହିଁ। ସେ ଅନେକ ଦୁର୍ନୀତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ୨୦୨୦ରେ ତାଙ୍କୁ ଗୋଆ ରାଜ୍ୟପାଳ ପଦରୁ ହଟାଇ ମେଘାଳୟ ପଠାଇ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ନିକଟତମ ବ୍ୟକ୍ତିମାନେ ଦୁର୍ନୀତିରେ ଲିପ୍ତ ରହୁଛନ୍ତି ଏବଂ ସେମାନେ ପିଏମ୍‌ଓର ନାମ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସେ ଏ ବାବଦରେ ସବୁ ଅବଗତ କରାଇଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଦିଆଯାଉଥିବା ସମସ୍ତ ନିଯୁକ୍ତିକୁ ବାସ୍ତବରେ ପିଏମ୍‌ଓ ଦ୍ବାରା ଯାଞ୍ଚ କରାଯାଉଛି। ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଠିକ୍‌ ସମୟରେ କିଭଳି ବଦଳାଇ ଦିଆଯାଉଛି ସେ ସଂପର୍କରେ ସେ ଜାଣନ୍ତି ବୋଲି ମଲିକ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ