Masthead

ବିଜେଡି ସେ ବେଟି ବଚାଅ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେଡି ସେ ବେଟି ବଚାଅ। ବିଜୁ ଜନତା ଦଳ ଓଡିଶାକୁ କରିଦେଇଛି ଆପରାଧୀଙ୍କ ଚରା ଭୁଇଁ। ଜଗନ୍ନାଥ ଭୂମି ପାଲଟିଛି ଅପରାଧୀଙ୍କ ପେଣ୍ଠସ୍ଥଳି। ରକ୍ଷକ ଏଠି ଭକ୍ଷକ ସାଜିଲେ ରାଜ୍ୟର ବେଟିଙ୍କୁ ସୁରକ୍ଷା ଦେଵ କିଏ ? ଓଡିଶା ଗସ୍ତରେ ଥୁବା କଂଗ୍ରେସ ମହାସଚିବ ରଣଦୀପ ସୁର୍ଜେଓ୍ବାଲା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେଡି ସେ ବେଟି ବଚାଅ। ବିଜୁ ଜନତା ଦଳ ଓଡିଶାକୁ କରିଦେଇଛି ଆପରାଧୀଙ୍କ ଚରା ଭୁଇଁ। ଜଗନ୍ନାଥ ଭୂମି ପାଲଟିଛି ଅପରାଧୀଙ୍କ ପେଣ୍ଠସ୍ଥଳି। ରକ୍ଷକ ଏଠି ଭକ୍ଷକ ସାଜିଲେ ରାଜ୍ୟର ବେଟିଙ୍କୁ ସୁରକ୍ଷା ଦେଵ କିଏ ?

ଯେତେବେଳେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ। ସେଠି ମମିତାକୁ ନ୍ୟାୟ ଦେଵ କିଏ ? ଯେଉଁଠି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି। ସେଠି କେମିତି ନ୍ୟାୟ ମିଳିବ। ଓଡିଶା ଗସ୍ତରେ ଥିବା କଂଗ୍ରେସ ମହାସଚିବ ରଣଦୀପ ସୁର୍ଜେଓ୍ବାଲା ମିମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ଘଟଣାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କାଠଗଡାକୁ ଟାଣିଛନ୍ତି। ମମିତା ନ୍ୟାୟ ନ ମିଳିବାପର୍ୟ୍ୟନ୍ତ କଂଗ୍ରେସ ଲଢେଇ କରିବ। ୨୧ ବର୍ଷର ସରକାରକୁ ୨୧ ମିନିରେ କ୍ଷମତାଚ୍ୟୁତ କରିବ। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରଣଦୀପ ନବୀନଙ୍କୁ ୫ ଟି ପ୍ରଶ୍ନ କରିଛନ୍ତି …
୧ – ମମିତା ହତ୍ୟାକାଣ୍ଡ ଏବଂ ମହାଲିଙ୍ଗ କଲେଜରେ ହେଉଥିବା ଯୌନ୍ୟଶୋଣ ଏବେବି ରହସ୍ୟ ଘେରରେ। ପୋଲିସ ଏହି ରହସ୍ୟ ଉପରୁ ପରଦା ଉଠାଇବ କି?

୨ – ରକ୍ଷକ ହିଁ ଓଡ଼ିଶାରେ ବକ୍ଷକ। ମମିତା ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମୃକ୍ତି ରହିଛି। କାହିଁକି ଏହାର ପ୍ରପର Investigation ହେଉ ନାହିଁ। ତାର ଉତ୍ତର ଦିଅନ୍ତୁ?

୩ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦେଶ ଦେବେ କି?

୪ – ରାଜ୍ୟରେ ବହୁ ରାଜନୈତିକ ହିଂସା ଘଟୁଛି। ଯେଉଥିରେ ବିଧାୟକ, ସାଂସଦ, ନେତା, ମନ୍ତ୍ରୀ ସମ୍ପୃକ୍ତି ରହିଛି। ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କାହିଁକି ହେଉ ନାହିଁ। ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖିବେ କି ?

୫ – ମମିତା ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କ ମୁଖ୍ୟମନ୍ତ୍ରୀ ଦଣ୍ଡ ଦେବେ କି ?

ସେପଟେ ରଣଦୀପ ସୁର୍ଜେଓ୍ବାଲା ଏହି ଘଟଣାର ମମିତା ପରିବାରଙ୍କୁ ଆଜି ଭେଟି ଆଲୋଚନା କରିଛନ୍ତି। ତଦନ୍ତର ଦିଗ ପୋଲିସ କିଭଳି କରୁଛନ୍ତି ତା ବି ବୁଝୁଛନ୍ତି। ଯାହାକୁ ଉଠାଇଛନ୍ତି ପ୍ରଶ୍ନ। ମମିତାର ଖଣ୍ଡ ବିଖଣ୍ଡିତ ଅଧା ଜଳା ଶରୀର ମିଳିଲା । ସାରା ଦେଶ ଜାଣିଛି ଗୋବିନ୍ଦ ସାହୁ କାହା ଲୋକ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲୋକ ଗୋବିନ୍ଦ । କଣ ପାଇଁ ଦିବ୍ୟ ଶଙ୍କର ଯାଉଥିଲେ ସେଠିକୁ । ମୁଖ୍ୟମନ୍ତ୍ରୀ ଚୁପ, ଗୃହମନ୍ତ୍ରୀଙ୍କ ପ୍ରରୋଚନାରେ ଅପରାଧ ହେଉଛି । ଏହା ପ୍ରଥମ ନୁହେଁ କି ଶେଷ ନୁହେଁ। ନୟାଗଡ଼ ପରି ଘଟଣାରେ ପୋଲିସ ଚୁପ, ମହଙ୍ଗା ମାମଲାରେ ପୋଲିସ ମନ୍ତ୍ରୀଙ୍କ ନା କାଟିଦେଲା, ପୋଲିସ କ୍ଲିନ ଚିଟ ଦେଇଦେଲେ । ବେବିନା ଘଟଣାରେ ମନ୍ତ୍ରୀ ଇସ୍ତଫା ଦେଲା। ଏହି ସବୁ ଅପରାଧରେ ବିଜେଡି ନେତାଙ୍କ ନାଁ ଆସୁଛି । କେବଳ ଏତିକି ନୁହେଁ ବରଂ ସୁର୍ଜେଓ୍ବାଲା ଏହି ଘଟଣାରେ ୩ ଟି ଦାବି କରିଛନ୍ତି,

୧ – ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଦଫା ୩୦୨ ଏବଂ ୧୨୦(B) ରେ ମମାଲା ରୁଜୁ କରି କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯାଉ। ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ।

୨ – ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ତତ୍ୱାବଧାନରେ SIT ଗଠନ କରି ୯୦ ଦିନ ଭିତରେ ତଦନ୍ତ କରି କାର୍ୟ୍ୟନୁଷ୍ଠାନ ଗ୍ରହଣ କରଯାଉ।

୩ – ମମିତା ପରିବାରକୁ ଏକ କୋଟି ଟଙ୍କା ସହାୟତା । ତା ସହ ମମିତାଙ୍କ ଭାଇଙ୍କୁ ସରକାରୀ ଚାକିରି ଦିଆଯାଉ। ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ।
ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ବଢୁଛି। ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ତେଜୁଛି ଆନ୍ଦୋଳନ। ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଜାତୀୟ ନେତା ଉଠାଇଲେ ପ୍ରଶ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ କାହିଁକି ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା