Masthead

ମୋଦିଙ୍କୁ ବାଇଡେନଙ୍କ ନିମନ୍ତ୍ରଣ

ୱାଶିଂଟନ (ବଡ଼ ଖବର ବ୍ୟୁରୋ):  ବିଶ୍ୱ ପରିବେଶ ସମ୍ମିଳନୀକୁ ନିମନ୍ତ୍ରିତ ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ନେତୃତ୍ୱରେ ବିଶ୍ୱ ପରିବେଶ ସମ୍ମିଳନୀ କରାଯିବ ବୋଲି ସୂଚନା ରହିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି । ଏପ୍ରିଲ ୨୨ -୨୩ ଦୁଇ ଦିନ ଧରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମ୍ମିଳନୀ ଆୟୋଜନ ହେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିଭିନ୍ନ ଦେଶର ୪୦ ଜଣ ନେତାଙ୍କୁ ବିଶ୍ୱ ପରିବେଶ ସମ୍ମିଳନୀକୁ ନିମନ୍ତ୍ରଣ କରିଛନ୍ତି।

ଲୋକମାନେ ଯେମିତି କାର୍ଯ୍ୟକ୍ରମକୁ ଦେଖିପାରିବେ, ସେଥିପାଇଁ ଏହାର ସିଧାପ୍ରସାରଣର ବ୍ୟବସ୍ଥା କରାଯିବ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଗ୍ଲାସଗୋରେ ମିଳିତ ଜାତିସଂଘର କ୍ଲାଇମେଟ ଚେଞ୍ଜ କନଫରେନ୍ସ(ସିଓପି୨୬) ଅନୁଷ୍ଠିତ ହେବ। ଏହାପୂର୍ବରୁ ଆମେରିକା ନେତୃତ୍ୱରେ ବିଶ୍ୱ ପରିବେଶ ସମ୍ମିଳନୀ କରାଯିବ।

ଏଥିପାଇଁ ବିଶ୍ୱର ୪୦ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମିଳନୀ ପାଇଁ ନିମନ୍ତ୍ରଣ କରାଯାଇଛି। ପରିବେଶର ସୁରକ୍ଷା ପାଇଁ କ’ଣ କରାଯାଇ ପାରିବ ଓ ଏହାଦ୍ୱାରା ଆର୍ଥିକ ଫାଇଦା କେମିତି ମିଳିବ, ସେସବୁର ଆଲୋଚନା ବିଶ୍ୱ ପରିବେଶ ସମ୍ମିଳନୀରେ କରାଯିବ ବୋଲି ହ୍ୱାଇଟ ହାଉସ କହିଛି। ଏହି ସମ୍ମଳନୀରେ ମୋଦିଙ୍କ ବ୍ୟତୀତ ଅନ୍ୟ ଦେଶର ରାଷ୍ଟ୍ରପତିଙ୍କୁ ମତ ରଖିବା ପାଇଁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ