Masthead

ମ୍ୟାଚ ଦେଖିଲେ ୧୧ ହଜାରରୁ ଅଧିକ ଦର୍ଶକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ କାତାରର ଚମକ ଦେଖିବାକୁ ମିଳିଛି । ଫିଫା ବିଶ୍ୱକପ-୨୦୨୬ ଓ ଏଏଫସି ଏସିଆନ କପ୍୨୦୨୭ ଦ୍ୱିତୀୟ ରାଉଣ୍ଡ ଯୋଗ୍ୟତା ପର୍ଯ୍ୟାୟ ଦ୍ୱିତୀୟମ୍ୟାଚରେ ଭାରତ ପରାଜିତ ହୋଇଛି । ମଙ୍ଗଳବାର ଗ୍ରୁପର ଖେଲାଯାଇଥିବା ମ୍ୟାଚରେ କାତାର ୩-୦ ଗୋଲରେ ଭାରତକୁ ପରାସ୍ତ କରିଛି । କାତାର ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ଗ୍ରୁପ ଶୀର୍ଷରେ ରହିଥିବା ବେଳେ । ଭାରତ ସମାନ ସଂଖ୍ୟକ ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚରେ ୧-୦ ଗୋଲରେ କୁଏତକୁ ପରାସ୍ତ କରିଥିବା ଭାରତ ଦ୍ୱିତୀୟ ମ୍ୟାଚ ଘରୋଇ ଗ୍ରାଉଣ୍ଡରେ ଖେଳିଥିଲା ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ ଦେଖିବା ପାଇଁ ୧୧ ହଜାରରୁ ଉଦ୍ଧ୍ୱର୍ ଦର୍ଶକ ଏକାଠି ହୋଇଥିଲେ । ଦର୍ଶକମାନଙ୍କ ମଧ୍ୟରେ ଏହି ମ୍ୟାଚକୁ ନେଇ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ଦର୍ଶକଙ୍କ ଗହଣରେ କଳିଙ୍ଗ ଷ୍ଟାଡିୟମ ପରିପୂର୍ଣ୍ଣ ହୋଇଯାଇଥିଲା ୧୧ହଜାର ୩୦୦ ଦର୍ଶକ ମ୍ୟାଚକୁ ଉପଭୋଗ କରିଥିଲେ । ମ୍ୟାଚରେ ଭାରତ ପରାଜିତ ହୋଇଥିଲେ ମଧ୍ୟ ଦର୍ଶକ ଏକ ଅନ୍ତର୍ଜାତୀୟ ମ୍ୟାଚର ମଜା ନେଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର