Masthead

ସରିଲା ଖରାଛୁଟି, ଖୋଲିଲା ସ୍କୁଲ: ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ଖରାଛୁଟି । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ରାଜ୍ୟରେ ଖୋଲିଲା ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି । ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ କ୍ଲାସ ଚାଲିଛି । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କନ୍ଧମାଳ, ମାଲକାନଗିରି, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି । ତେବେ କିଛି ଜିଲ୍ଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସ୍କୁଲ ୨୦ ତାରିଖ ଯାଏଁ ଛୁଟି ରହିଛି ।

ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଆଜି ସ୍କୁଲ ଛୁଟି ରହିଛି । କାଲିଠୁ ଏହି ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ନୟାଗଡ଼ରେ ଆଜି ଓ କାଲି ସ୍କୁଲ ଛୁଟି ରହିଥିବାବେଳେ ୨୦ରୁ ୨୨ ତାରିଖ ଯାଏଁ ସକାଳୁଆ ସ୍କୁଲ ହେବ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ସମ୍ପର୍କରେ ଜିଲ୍ଲାସ୍ତରରେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ଦେଖି ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ୟ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଉଛନ୍ତି । ଏହି ନିର୍ଦେଶ ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଗକୁ ବଢ଼ିପାରେ ତାତି 🔴 ଭୁଲ୍‌ ଇଞ୍ଜେକ୍ସନ୍ ନେଲା ନାବାଳକର ଜୀବନ ! 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ଆଗକୁ ବଢ଼ିପାରେ ତାତି 🔴 ଭୁଲ୍‌ ଇଞ୍ଜେକ୍ସନ୍ ନେଲା ନାବାଳକର ଜୀବନ ! 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା