Masthead

ଦୁର୍ଘଟଣାରେ ନବବିବାହିତାଙ୍କ ମୃତ୍ୟୁ

ରେଙ୍ଗାଲି(ବଡ଼ ଖବର ବ୍ୟୁରୋ): ରେଙ୍ଗାଲିରେ ମମର୍ନ୍ତୁଦ ସଡକ ଦୁର୍ଘଟଣା । ଜଣେ ନବବିବାହିତା ମହିଳାଙ୍କୁ ଘୋଷାଡି ନେଲା ଟ୍ରକ । ଭୂଷଣ ପ୍ଲାଣ୍ଟ ସମ୍ମୁଖରେ ଦୁର୍ଘଟଣାରେ ଗୀତା ମେହେର ନାମ୍ନୀ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣଙ୍କ ତାଙ୍କ ବାପଘର ରେଙ୍ଗାଲି ରାମଚନ୍ଦ୍ରନଗରରୁ ବାହାରି ନିଜ ସ୍ୱାମୀ ସହିତ ମଟର ସାଇକେଲ ଶଶୁର ଘର ହସାମୁରା କଟାପାଲି ଅଭିମୁଖେ ଯାତ୍ରା କରୁଥିଲେ।

ଏହି ସମୟରେ ଠେଲକୋଲୋଇ ଭୂଷଣ ଛକ ଠାରେ ଏକ ଟ୍ରଲର ଗାଡ଼ି ପଛ ପଟୁ ମଟରସାଇକେଲ ଟିକୁ ଧକ୍କା ଦେଇଥିଲା। ଫଳରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଯାକ ଗାଡ଼ିରୁ ଖସି ପଡ଼ିଥିଲେ। ଟ୍ରଲରଟି ମହିଳାଙ୍କ ଉପରେ ଚଢିଯାଇ ପ୍ରାୟ ୫୦ ମିଟର ରାସ୍ତାରେ ଘୋଷାଡ଼ି ନେଇଯାଇଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଘଟଣା ସ୍ଥଳରେ ଠେଲକୋଲୋଇ ପୋଲିସ ପହଁଚି ଗାଡ଼ିକୁ ଜବତ କରିଥିଲେ ଏବଂ ଆହତଙ୍କୁ ଝାରସୁଗୁଡା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ