Masthead

ରାଏବରେଲୀ ରଖିବେ ରାହୁଲ ଗାନ୍ଧି, ୱାୟନାଡରୁ ନିର୍ବାଚନ ଲଢିବେ ପ୍ରିୟଙ୍କା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଏବରେଲି ଆସନ ରଖି ୱେୟନାଡ଼ ଆସନ ଛାଡ଼ିଲେ ରାହୁଲ ଗାନ୍ଧି । ଗାନ୍ଧି ପରିବାରର ପାରମ୍ପରିକ ଆସନ ରାଏବରେଲି ରଖି ରାହୁଲ ପ୍ରିୟଙ୍କା ଗାନ୍ଧୀ ପାଇଁ ୱାୟନାଡ଼ ଆସନ ଛାଡ଼ିଛନ୍ତି। ଭାଇଙ୍କ ୱାଏନାଡ ଆସନରୁ ଉପନିର୍ବାଚନ ଲଢିବେ ଭଉଣୀ । ଏନେଇ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କେରଳର ୱାଏନାଡ୍ ଓ ଉତ୍ତରପ୍ରଦେଶର ରାୟବରେଲି ଦୁଇ ଆସନରୁ ବିଜୟୀ ପରେ ୧୪ ଦିନ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୋଟିଏ ଆସନ ଛାଡିବାର ଥିଲା । ବହୁ ଚର୍ଚ୍ଚା ଆଲୋଚନା ପରେ ଶେଷରେ ରାହୁଲ ରାଏବରେଲି ଆସନ ରଖିବା ନେଇ ନିଷ୍ପତ୍ତିି ନେଇଛନ୍ତି ।

ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟ ଭଲ ପଦର୍ଶନ କରିଥିବାରୁ ରାହଲ ରାଏବରେଲି ଆସନ ରଖିବାକୁ ନଷ୍ପତ୍ତି ନେଇଥିବା କୁହାଯାଉଛି । ୨୦୦୪ରୁ ୨୦୧୯ ଯାଏ ଏହି ଆସନରୁ ଜିତି ଆସୁଥିଲେ ସୋନିଆ ଗାନ୍ଧି। ଇନ୍ଦିରା ଗାନ୍ଧି ଓ ତାଙ୍କ ସ୍ବାମୀ ଫିରୋଜ ଗାନ୍ଧି ମଧ୍ୟ ଏହି ଆସନରୁ ପାର୍ଲାମେଣ୍ଟକୁ ଯାଇଛନ୍ତି। ୨୦୧୯ରେ ରାହୁଲ ଆମେଠି ଆସନରୁ ପରାଜିତ ହୋଇଥିଲେ ମଧ୍ୟ ୱେୟନାଡ ଆସନରୁ ଜିତିଥିଲେ। ତେଣୁ ଏହି ଆସନର ବି ବେଶ୍ ଗୁରୁତ୍ଵ ରହିଛି। ତେଣୁ ୱେୟନାଡରେ ଭୋଟ ସରିବା ପରେ ହିଁ କଂଗ୍ରେସ ଘୋଷଣା କରିଥିଲା ଯେ, ରାହୁଲ ରାଏବରେଲିରୁ ମଧ୍ୟ ଲଢ଼ିବେ। ତେଣୁ କେଉଁ ଆସନ ରଖିବେ, କେଉଁ ଆସନ ଛାଡ଼ିବେ, ତାକୁ ନେଇ ଗଣିତ କରିବାକୁ ପଡ଼ିଥିଲା। କିନ୍ତୁ ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘୋଷଣା ପରେ ସବୁ ସ୍ପଷ୍ଟ ହୋଇଗଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ