Masthead

ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

ଲଖନପୁର, (ବଡ଼ ଖବର ବ୍ୟୁରୋ): ବିଦ୍ୟାଳୟ ସ୍ଥାନାନ୍ତର ନେଇ ଚିନ୍ତାରେ ଗ୍ରାମବାସୀ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କତରବଗା ପଞ୍ଚାୟତ ସାହସବଗା ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ କତରବଗା ପ୍ରାଥମିକ ବିଦ୍ୟାଳୟ ସହ ମିଶ୍ରଣ ନ କରିବା ପାଇଁ ବ୍ରଜରାଜନଗର ବିଧାୟକ ଏବଂ ଡିଇ.ଓଙ୍କୁ ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ। ୧୯୫୬ ମସିହାରୁ ସାହସବଗା ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ଏଠାରେ ୨୬ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ଛାତ୍ରଛାତ୍ରୀ ଆଦିବାସୀ, ହରିଜନ। ସାହସବଗା ଗ୍ରାମକୁ ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ରୂପେ ସରକାର ଘୋଷଣା କରି ଅନେକ ଉନ୍ନତି ମୂଳକ କାର୍ୟ୍ୟ କରିବାକୁ ଯୋଜନା ହୋଇଛି। ଆଦର୍ଶ ଗ୍ରାମ ଘୋଷଣା କରିବା ପରେ ବିଭାଗୀୟ ଅଧିକାରୀମାନେ ସର୍ଭେ କରିବା ପାଇଁ ସମୟ ସମୟରେ ଆସି ସମସ୍ତ ବିଷୟରେ ଅନୁଧ୍ୟାନ କରୁଛନ୍ତି। ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ପାଠ ପଢ଼ିବା ପାଇଁ ସ୍ଥାନାନ୍ତର କରିବା କେତେ ଯୁକ୍ତିଯୁକ୍ତ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।

ସାହସବଗାଠାରୁ କତରବଗା ପ୍ରାଥମିକ ବିଦ୍ୟାଳୟର ଦୂରତା ଦେଢ଼ କିଲୋମିଟର। ସାହସବଗା ଏକ ଆଦିବାସୀ, ହରିଜନ ସଂଖ୍ୟାବହୁଳ ଗ୍ରାମ। ଏପରି ସ୍ଥଳରେ ସରକାରଙ୍କ ଅଭିମୁଖ୍ୟ ତଥା ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବରେ ଉଠାଇ ଅନ୍ୟତ୍ର ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପଠାଇବା ଆମ କ୍ଷେତ୍ରରେ ସମ୍ଭବ ନୁହେଁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସାହସବଗା ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତକୁ ସରକାର ପୁନର୍ବିଚାର କରନ୍ତୁ ବୋଲି କତରବଗା ସରପଞ୍ଚ ରୋହିତ ଧୁରୁଆ, ଶିକ୍ଷାବିତ୍ ଲବ ପଧାନ, ଚତୁର୍ଭୁଜ ପଧାନ, ରମେଶ ମଲ୍ଲିକ, ପୂର୍ଣଚନ୍ଦ୍ର ସାହୁ, ନନ୍ଦଲାଲ ବାରିକ, ରଞ୍ଜୁ ପଧାନ, ସୁଶୋଭିତା ମହାପାତ୍ର, ଭୀମ ପଧାନ, ଘନଶ୍ୟାମ ପଧାନ ପ୍ରମୁଖ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ