Masthead

୩୦ ଯାଏଁ ସ୍କୁଲ, ଅଙ୍ଗନୱାଡି ବନ୍ଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାତ୍ୟାକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ବାତ୍ୟା ମନ୍ଥା ପାଇଁ ୮ ଜିଲ୍ଲା ହେବ ପ୍ରଭାବିତ । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ବାତ୍ୟା ଦ୍ୱାରା ପ୍ରଭାବିତ ହେବ ବୋଲି କହିଛନ୍ତି ସୁରେଶ ପୂଜାରୀ । ସେ କହିଛନ୍ତି ପ୍ରଭାବିତ ୮ ଜିଲ୍ଲା ରେ ୩୦ ତାରିଖ ଯାଏଁ ସମସ୍ତ ସ୍କୁଲ, ଅଙ୍ଗନୱାଡି ବନ୍ଦ ପାଇଁ ନିଷ୍ପତ୍ତି । ଅଙ୍ଗନୱାଡି ବନ୍ଦ ରହିବ କିନ୍ତୁ ଶୁଖିଲା ଖାଦ୍ୟ ଶିଶୁଙ୍କ ଘରକୁ ପଠାଯିବ । ବାତ୍ୟା ପ୍ରଭାବିତ ୮ ଜିଲ୍ଲାରେ ସବୁ ସରକାର କର୍ମଚାରୀଙ୍କ ଛୁଟି ବାତିଲ ।

ବାତ୍ୟା ପ୍ରଭାବରେ ୬୦ ରୁ ୧୦୦ କିମି ପର୍ଯ୍ୟନ୍ତ ପବନ ହୋଇପାରେ । ବିଭିନ୍ନ ବିଭାଗ ସହ ପ୍ରସ୍ତୁତି ନେଇ ବୈଠକ ସରିଛି । ପଞ୍ଚାୟତରୁ ରାଜ୍ୟ ସ୍ତରରେ ପ୍ରସ୍ତୁତି ସରିଛି । ଯେ କୌଣସି ପରିସ୍ଥିତି ଆସିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ବାତ୍ୟାର ଗତି ବଢ଼ି ବଢ଼ି ଯାଉଛି । ଅବପାତର ଗତି ଘଣ୍ଟା ପ୍ରତି ୧୮ କିମି ବେଗରେ ରହିଛି । ଗତି ଯେତେ ବଢିବ କ୍ଷତି କମିବ । ଗୋପାଳପୁର ଠାରୁ ୬୦୯ କିମି ଦୂରରେ ବାତ୍ୟା ରହିଛି । ମାଲକାନଗିରି ଦେଇ ଅତିକ୍ରମ କରି ଛତିଶଗଡ ଯିବ ବାତ୍ୟା । ଛତିଶଗଡରେ ବର୍ଷା ଵି ହେବ ଫଳରେ ମହାନଦୀରେ ପାଣି ଆସିବ । ଜଳ ଭଣ୍ଡାରରୁ ଜଳ ଛଡା ଯାଉଛି । ସମୁଦ୍ର ଭିତରେ ଥିଲେ ଫେରି ଆସିବା ପାଇଁ ନିର୍ଦ୍ଦେଶ ରହିଛି ।

ଆବଶ୍ୟକ ହେଲେ ହେଲିକେପ୍ଟର ବ୍ୟବହାର ହେବ । ବାତ୍ୟାକୁ ନେଇ ଭୟଭୀତ ନ ହେବା ପାଇଁ ଅନୁରୋଧ କରାଯାଇଛି । ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ । ଅତି ଆବଶ୍ୟକ ନ ପଡିଲେ ଘରୁ ବାହାରନ୍ତୁ ନାହିଁ । ବର୍ତ୍ତମାନ ସୁଦ୍ଧା ୨୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ପାହାଡ଼ ଉପରେ ଥିବା ସାଧୁସନ୍ଥଙ୍କୁ ତଳକୁ ଅଣା ଗଲାଣି । ୨୪୭ କଣ୍ଟ୍ରୋଲ ରୁମ ଖୋଲା ଅଛି । ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ୭ ଦିନ ଭିତରେ ଗର୍ଭବତୀ ହେବାକୁ ଥିବା ମହିଳାଙ୍କୁ ସ୍ଥାନାନ୍ତର କରାଯାଉଛି । ସନ୍ଧ୍ୟା ସୁଦ୍ଧା ସରିବ ସ୍ଥାନାନ୍ତର ପ୍ରକ୍ରିୟା । ପୋଲିସ ପ୍ରଶାସନ ସଜାଗ ଅଛି । ୮ ଟି ଜିଲ୍ଲା ରେ ୨୦୦ ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ସ୍କୁଲ ମଧ୍ୟ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ