Masthead

ଘାତକ ହେଉଛି ଏଚ୩ଏନ୨, ପୁଡୁଚେରୀରେ ବନ୍ଦ ହେଲା ସ୍କୁଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଘାତକ ହେଉଛି ଏଚ୩ଏନ୨ । ଭାଇରସ୍ ଭୟରେ ବନ୍ଦ ହେଲା ସ୍କୁଲ । ଏଚ୩ଏନ୨ କେସେସ୍ ବୃଦ୍ଧି ପାଉଥିବାରୁ ପୁଡୁଚେରୀରେ ସମସ୍ତ ସ୍କୁଲ ମାର୍ଚ୍ଚ ୧୬ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବନ ରହିବ ବୋଲି ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି । ୧୦ ଦିନ ପର୍ୟ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ସରକାର । ଏହି ଭାଇରସ୍ ଛୋଟ ପିଲାଙ୍କ ପାଇଁ ଅଧିକ କ୍ଷତିକାରକ । ୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଏହି ଭାଇରସ ଅଧିକ ଆକ୍ରାନ୍ତ କରିବାର ସମ୍ଭାବନା ରହିଥିବା କୁହାଯାଉଛି ।

ଏମିତିକି ୫ ବର୍ଷରୁ କମ୍ ବୟସର ପିଲା ଏହି ଏଚ୩ଏନ୨ ଇନଫ୍ଲୁଏନ୍ଜାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ରିପୋର୍ଟ ଅନୁସାରେ, ପୁଡୁଚେରୀରେ ୭୯ଟି ସ୍ୱାଇନ୍ ଫ୍ଲୁ ମାମଲା ରିପୋର୍ଟ କରାଯାଇଥିଲା, ଏପର୍ୟ୍ୟନ୍ତ କୌଣସି ମୃତ୍ୟୁ ଖବର ସାମ୍ନାକୁ ଆସିନାହିଁ । ମାମଲା ଉପରେ ନଜର ରଖିବା ପାଇଁ ଡାକ୍ତରଖାନା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା କରାଯାଇଥିବାରୁ ସାଧାରଣ ଲୋକେ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ