Masthead

୨୦୧୯ ଓ ୨୦୨୪, ବିଜେଡିର ଭରସା ବିରୋଧୀ ଦଳର ପରାଜିତ ନେତା

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ):ଚର୍ଚ୍ଚାରେ ବ୍ରହ୍ମପୁର ଲୋକସଭାରେ ବିଜେଡି ନୀତି। ଜିତିବା ଲୋକଙ୍କ ଟିକେଟ ଛଡ଼ାଇ ନେଉଛନ୍ତି ହାରିଥିବା ପ୍ରାର୍ଥୀ।ଦିନେ ଚନ୍ଦ୍ରଶେଖରଙ୍କ ପାଇଁ ସିଦ୍ଧାନ୍ତଙ୍କ ସହ ଘଟିଥିଲା ଯାହା। ଏବେ ଭୃଗୁଙ୍କ ପାଇଁ ଚନ୍ଦ୍ରଶେଖରଙ୍କ ସହ ହେଲା ତାହା। ବିଜେଡି ଟିକେଟରୁ ଜିତିଲେ ସୁପରଷ୍ଟାର ସିଦ୍ଧାନ୍ତ । ହାରିଲେ କଂଗ୍ରେସର ଭେଟେରାନ ଚନ୍ଦ୍ରଶେଖର । ୨୦୧୯ରେ ବିଜେଡିରୁ ଆସିଲେ ଚନ୍ଦ୍ରଶେଖର ।ସେତେବେଳେ ଜିତିଥିବା ପ୍ରାର୍ଥୀ ସିଦ୍ଧାନ୍ତଙ୍କ ଟିକେଟ କଟିଗଲା।

ଯାହାଙ୍କୁ ସେ ହରାଉଥିଲେ ସେ ଟିକେଟ ନେଇଗଲେ । ୨୦୧୯ରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ହରାଇଥିଲେ ବିଜେପିର ଭୃଗୁ ବକ୍ସିପାତ୍ରଙ୍କୁ  । ଏବେ ବିଜେଡି ଟିକେଟ ପାଇଲେ ଭୃଗୁ । କଟିଗଲେ ଚନ୍ଦ୍ରଶେଖର । ତାଙ୍କ ସହ ସେମିତି ଘଟିଲା, ଯେମିତି ଘଟିଥିଲା ସିଦ୍ଧାନ୍ତଙ୍କ ସହ ।

ନିଜ ଦଳର ବିଜୟୀଙ୍କଠୁ ବେଶି ଭରସା ବିରୋଧୀ ଦଳର ପରାଜିତଙ୍କ ଉପରେ । ବିଜେପିର ରାଜ୍ୟ ଉପସଭାପତି ଥିଲେ ଭୃଗୁ । ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଚେହେରା । ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପୁଅ । ତାଙ୍କ ଭଉଣୀ ଲୋପାମୁଦ୍ରା ବିଜେଡିରେ ଅଛନ୍ତି । ଏବେ ସେ ବି ବିଜେଡିରେ ଯୋଗଦେଇଛନ୍ତି । ଯୋଗ ଦେଉ ଦେଉ ବ୍ରହ୍ମପୁରରୁ ପ୍ରାର୍ଥୀ ବି ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା