Masthead

ସୁରକ୍ଷାବାହିନୀଙ୍କ କଡ଼ା ନଜରେରେ ଦିବ୍ରୁଗଡ଼ ଜେଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆତ୍ମସମର୍ପଣ କରିବା ପରେ ପଳାତକ ଘୋଷିତ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କୁ ଗିରଫ କରାଯାଇ ଆସାମର ଦିବ୍ରୁଗଡ଼ ଜେଲକୁ ପଠାଇ ଦିଆଯାଇଛି। ଏହି ଜେଲରେ ଅମ୍ରିତପାଲର ୯ ସହଯୋଗୀ ଅଛନ୍ତି । ହେଲେ ସେମାନେ ଅମ୍ରିତପାଲକୁ ସାକ୍ଷାତ କରିପାରିବେନି। ଅମ୍ରିତପାଲ ରହୁଥିବା ସେଲ ଉପରେ କଡ଼ା ନଜର ରଖାଯାଇଛି । ବାହାରକୁ ବାହାରିବାକୁ ଅନୁମତି ମିଳିନି। ସେଇ ସେଲ ଭିତରେ ହିଁ ଅମ୍ରିତପାଲର ଖାଇବା ବ୍ୟବସ୍ଥା କରାଯାଇଛି ।

ତା’ ପାଇଁ ଜେଲ୍ କାମ କରିବା ବି ମନା। ଦିବ୍ରୁଗଡ଼ ଜେଲରେ ଅଛନ୍ତି ୪୨୦ କଏଦୀ । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ କେବଳ ଜାତୀୟ ସୁରକ୍ଷା ଆଇନ ଗିରଫ କରାଯାଇଛି। ପଞ୍ଜାବର ଏହି ୧୦ ଜଣ ଅମ୍ରିତପାଲ ମାମଲାରେ ବନ୍ଧା ହୋଇଛନ୍ତି। ସେଣ୍ଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସ ଏହି ଜେଲ୍ ଚତୁଃପାର୍ଶ୍ୱରେ ୨୪ ଘଣ୍ଟିଆ ମୁତୟନ କରାଯାଇଛି । ତେଣେ ଅମ୍ରିତପାଲ ସେଲ୍ ଚାରିପାଖରେ ସିସିଟିଭି ଲାଗିଛି।

ରୋଡେ ଗାଁର ଗୁରୁଦ୍ୱାରରୁ ଗିରଫ କରାଯିବା ପରେ ଅମ୍ରିତପାଲଙ୍କୁ ସିଧାସଳଖ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଦିବ୍ରୁଗଡ଼ ନିଆଯାଇଥିଲା। କଡ଼ା ସୁରକ୍ଷା ବଳୟରେ ମେଡିକାଲ ଚେକଅପ୍ କରାଯାଇ ଜେଲ୍ ପଠାଇ ଦିଆଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ