Before Header

ସୁରକ୍ଷାବାହିନୀଙ୍କ କଡ଼ା ନଜରେରେ ଦିବ୍ରୁଗଡ଼ ଜେଲ

0 20

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆତ୍ମସମର୍ପଣ କରିବା ପରେ ପଳାତକ ଘୋଷିତ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କୁ ଗିରଫ କରାଯାଇ ଆସାମର ଦିବ୍ରୁଗଡ଼ ଜେଲକୁ ପଠାଇ ଦିଆଯାଇଛି। ଏହି ଜେଲରେ ଅମ୍ରିତପାଲର ୯ ସହଯୋଗୀ ଅଛନ୍ତି । ହେଲେ ସେମାନେ ଅମ୍ରିତପାଲକୁ ସାକ୍ଷାତ କରିପାରିବେନି। ଅମ୍ରିତପାଲ ରହୁଥିବା ସେଲ ଉପରେ କଡ଼ା ନଜର ରଖାଯାଇଛି । ବାହାରକୁ ବାହାରିବାକୁ ଅନୁମତି ମିଳିନି। ସେଇ ସେଲ ଭିତରେ ହିଁ ଅମ୍ରିତପାଲର ଖାଇବା ବ୍ୟବସ୍ଥା କରାଯାଇଛି ।

ତା’ ପାଇଁ ଜେଲ୍ କାମ କରିବା ବି ମନା। ଦିବ୍ରୁଗଡ଼ ଜେଲରେ ଅଛନ୍ତି ୪୨୦ କଏଦୀ । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ କେବଳ ଜାତୀୟ ସୁରକ୍ଷା ଆଇନ ଗିରଫ କରାଯାଇଛି। ପଞ୍ଜାବର ଏହି ୧୦ ଜଣ ଅମ୍ରିତପାଲ ମାମଲାରେ ବନ୍ଧା ହୋଇଛନ୍ତି। ସେଣ୍ଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସ ଏହି ଜେଲ୍ ଚତୁଃପାର୍ଶ୍ୱରେ ୨୪ ଘଣ୍ଟିଆ ମୁତୟନ କରାଯାଇଛି । ତେଣେ ଅମ୍ରିତପାଲ ସେଲ୍ ଚାରିପାଖରେ ସିସିଟିଭି ଲାଗିଛି।

ରୋଡେ ଗାଁର ଗୁରୁଦ୍ୱାରରୁ ଗିରଫ କରାଯିବା ପରେ ଅମ୍ରିତପାଲଙ୍କୁ ସିଧାସଳଖ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଦିବ୍ରୁଗଡ଼ ନିଆଯାଇଥିଲା। କଡ଼ା ସୁରକ୍ଷା ବଳୟରେ ମେଡିକାଲ ଚେକଅପ୍ କରାଯାଇ ଜେଲ୍ ପଠାଇ ଦିଆଯାଇଥିଲା।

Leave A Reply

Your email address will not be published.