Masthead

‘ଡ୍ରାଗନ-ହାତୀ ଏକ୍ ହେବା ଜରୁରୀ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚୀନର ତିଆନଜିନରେ ଅନୁଷ୍ଠିତ ହେଉଛି ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବାକୁ ଚୀନରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଚୀନ ଗସ୍ତରେ ଅଛନ୍ତି। ମୋଦୀ ଶନିବାର ଚୀନର ତିଆନଜିନରେ ପହଞ୍ଚିଛନ୍ତି। ସେଠାରେ ସେ ଦୁଇ ଦିନିଆ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି। ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଚୀନର ତିଆନଜିନରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ବିଶ୍ବ ନେତାମାନେ ଭାଗ ନେଉଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ବୈଠକରେ ଉଭୟ ଦେଶର ସମ୍ପର୍କକୁ ଉନ୍ନତ କରିବା ଉପରେ ଆଲୋଚନା ହୋଇଛି।

ବୈଠକରେ ଯୋଗ ଦେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଜୀ, ଆପଣଙ୍କୁ ପୁଣି ଭେଟି ଖୁସି ଲାଗୁଛି। ଗତ ବର୍ଷ କାଜାନରେ ଆମର ବୈଠକ ସଫଳ ହୋଇଥିଲା। ଏବେ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଆଡକୁ ଗତି କରୁଛି। ଆମେ ଉଭୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଏବେ ଭଲ ପଡ଼ୋଶୀ ହେବା ଏବଂ ଡ୍ରାଗନ୍ ଓ ହାତୀ ଏକାଠି ହେବା ଗୁରୁତ୍ୱପୂର୍ଣ୍ଣ।ଏହା ଶୁଣି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ବିଶ୍ୱାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ, ଭାରତ କେବଳ ସେତେବେଳେ ଚୀନ୍ ଉପରେ ବିଶ୍ୱାସ କରିବ ଯେତେବେଳେ ଚୀନ୍ ଏହି ତିନୋଟି ମୂଲ୍ୟବୋଧକୁ ସଚ୍ଚୋଟତାର ସହିତ ବଜାୟ ରଖିବ।

ଉଭୟ ଦେଶ ସମ୍ପର୍କକୁ ଆଗକୁ ନେବା ପାଇଁ ପ୍ରତିବଦ୍ଧ। ଏବେ ସୀମାରେ ଶାନ୍ତି ଏବଂ ସ୍ଥିରତାର ବାତାବରଣ ରହିଛି ଏବଂ ଆମର ସମ୍ପର୍କକୁ ଏକ ସକାରାତ୍ମକ ଦିଗ ମିଳିଛି। ଆମେ ପାରସ୍ପରିକ ବିଶ୍ୱାସ ସହିତ ଆଗକୁ ବଢ଼ିବୁ। ସମ୍ପର୍କରେ ସୁଧାର ଆସିବା ପରେ ଏବେ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି। ଆଗକୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ ହେବ। ଉଭୟ ଦେଶର ୨.୮ ବିଲିୟନ ଲୋକଙ୍କ ସ୍ୱାର୍ଥ ଆମ ସହଯୋଗ ସହିତ ଜଡିତ। ଏହା ମାନବତାର କଲ୍ୟାଣକୁ ମଧ୍ୟ ପ୍ରୋତ୍ସାହିତ କରିବ। ଆମେ ଆମର ସମ୍ପର୍କକୁ ଆହୁରି ଉନ୍ନତ କରିବୁ। ଏସସିଓର ସଫଳ ଅଧ୍ୟକ୍ଷତା ପାଇଁ ମୁଁ ଚୀନକୁ ଅଭିନନ୍ଦନ ଜଣାଉଛି।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ