Masthead

ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଦ୍ୱିତୀୟ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଦ୍ୱିତୀୟ ଦିନ । ଜୋରଦାର ହେଉଛି ଆନ୍ଦୋଳନ। ଠୋସ୍ ନିଷ୍ପତ୍ତି ନନେବା ଯାଏଁ ଜାରି ରହିବ ଆନ୍ଦୋଳନ। ବ୍ଲକ୍‌, ପଞ୍ଚାୟତଠାରୁ ଆରମ୍ଭ କରି ରାଜରାସ୍ତା ସବୁଠି ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ ଚଳାଇଛନ୍ତି । ଅଧିକାଂଶ ସ୍ଥାନରେ ଚାଳକମାନେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଇ ରାସ୍ତାରେ ବ୍ୟବସାୟିକ ଯାନବାହାନ ଚଳାଚଳକୁ ବିରୋଧ କରାଯାଇଛି ।

କିଛି ସ୍ଥାନରେ ବସ୍‌, ଟ୍ରକ୍‌, ଟ୍ୟାକ୍ସି ଏବଂ ସର୍ବସାଧାରଣ ପରିବହନ ଯାନକୁ ଆନ୍ଦୋଳନକାରୀମାନେ ଅଟକାଇଥିଲେ । ରାଜ୍ୟରେ କେବଳ ମୋ ବସ୍ ଚାଲୁଥିବା ବେଳେ ଡ୍ରାଇଭର ସଂଘ ମୋ ବସ୍ କୁ ମଧ୍ୟ ଅଟକାଇଛନ୍ତି । ଯାହାଦ୍ୱାରା ରାଜ୍ୟରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଫଳରେ ରାଜଧାନୀଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ସହରାଞ୍ଚଳ ରାଜରାସ୍ତାରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା । ତେବେ କିଛି ଡ୍ରାଇଭର୍‌ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି । ୧୦ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଡ୍ରାଇଭର ମହାସଂଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ