Masthead

କାଠଗଣ୍ଡିରେ ଯିବା ସମୟରେ ଖସି ପଡି ଭାସି ଗଲେ ବୃଦ୍ଧ

ପୋଲ ନଥିବା ଯୋଗୁଁ ଘଟିଲା ଅଭାବନୀୟ ଘଟଣା

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ଗ୍ରାମପଂଚାୟତ ଅନ୍ତର୍ଗତ ସୁନାପାଙ୍ଗା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଖଡଗ ନଦୀ ଉପରେ ଥିବା ଏକ କାଠଗଣ୍ଡି ଦେଇ ନଦୀ ପାର ହେବା ସମୟରେ ଜଣେ ୬୦ ବର୍ଷର ବୃଦ୍ଧ ଖସି ଯାଇ ନଦୀରେ ନିଖୋଜ ଥିବା ଦେଖିବାକୁ ମିଳିଛି । ବୃଦ୍ଧ ଜଣକ ହେଲେ ସୁନାପାଙ୍ଗା ଗ୍ରାମର ବିସିକେସନ ନାୟକ(୬୦) । । ନିଖୋଜ ହେବା ପରେ ଗ୍ରାମର କିଛି ଯୁବକ ନଦୀରେ ଯାଇ ଖୋଜାଖୋଜି କରିଥିବା ବେଳେ ନପାଇବାରୁ ଦାରିଙ୍ଗବାଡ଼ି ଦମକଳ ବିଭାଗ କୁ ସୂଚନା ଦେଇଥିଲେ । ଦମକଳ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ବହୁଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ପତାପାଇନଥିଲେ । ନଦୀରେ ୧୫ ରୁ ୨୦ ଫୁଟ ପାଣି ଯାଉଥିବା ରୁ ଖୋଜାଖୋଜି ସମ୍ଭବ ହୋଇନଥିଲା । ସୂଚନା ଯୋଗ୍ୟ କି ଦଡ଼ିକ୍ଲିଉ ଓ ସୁନାପାଙ୍ଗାର ୬୦ ପରିବାର ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଗାଁ କୁ ଗମନାଗମନ ପାଇଁ କରିବା ପାଇଁ ରାସ୍ତାଘାଟ ନଥିବା ବେଳେ ରାସ୍ତାଦେଇ ଯାଇଥିବା ଖଡ୍ଗନଦୀ ଉପରେ କୌଣସି ପୋଲ ନାହିଁ । ପୋଲ ନିର୍ମାଣ ନେଇ ଗ୍ରାମବାସୀ ବହୁବାର ସ୍ଥାନୀୟ ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉକ୍ତ ନଦୀ ଉପରେ ଆଜି ପର୍ଯ୍ୟନ୍ତ କୌଣସି ପୋଲ ନିର୍ମାଣ ନହେବାରୁ ଲୋକେ ବାଧ୍ୟ ହୋଇ କାଠଗଣ୍ଡି ଓ ତାର ଉପରେ ଯିବା ଆସିବା କରନ୍ତି । ଏଭଳିକି କିଛି ବିଗତ ଦିନ ମାନଙ୍କରେ ବହୁ ଲୋକ କାଠଗଣ୍ଡି ଦେଇ ଯିବା ଆସିବା କରିବା ବେଳେ ମରଣ ମୁହଁରୁ ଉଦ୍ଧାର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ କୌଣସି ପୋଲ ନିର୍ମାଣ ନହେବାରୁ ଆଜି ଏଭଳି ଘଟଣା ଘଟିଥିବା ଗ୍ରାମବାସୀ
ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା