ଦିଲ୍ଲୀରେ ଏକ ମାସ ପର୍ଯ୍ୟନ୍ତ ଲାଗୁ ହେଲା ୧୪୪

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର ସୀମା ବନ୍ଦ ରହିଛି। ଏହା ବ୍ୟତୀତ ଦିଲ୍ଲୀରେ କୃଷକଙ୍କ ପ୍ରବେଶକୁ ରୋକିବା ପାଇଁ ସୀମାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ସମଗ୍ର ଦିଲ୍ଲୀରେ ଧାରା ୧୪୪ ଲାଗୁ କରାଯାଇଛି। ଏହା ପୂର୍ବରୁ ପୋଲିସ ଦିଲ୍ଲୀ ସୀମାରେ ଧାରା ୧୪୪ ଲାଗୁ କରିଥିଲେ କିନ୍ତୁ ଏବେ ପୁରା ସହରରେ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି ।

କୃଷକମାନଙ୍କର ‘ଦିଲ୍ଲୀ ଚାଲୋ’ଘୋଷଣା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହିତ ଦିଲ୍ଲୀର ସୀମାରେ ବି ସୁରକ୍ଷା ବ୍ୟବସ୍ଥା ବହୁତ କଡାକଡି କରି ଦିଆଯାଇଛି । ସୀମାକୁ ବ୍ୟାରିକେଡ୍ କରି ବନ୍ଦ କରି ଦିଆଯାଇଛି । ସେହିପରି ପୋଲିସ ନିଜ ଗୁଇନ୍ଦା ବ୍ୟବସ୍ଥାକୁ ବି ସତର୍କ କରାଇ ଦେଇଛି । ୧୪୪ ଧାରା ଲାଗୁ ହେବା ପରେ ୫ କିମ୍ବା ଏହାଠାରୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରୀତ ହୋଇପାରିବେ ନାହିଁ । ଏହାର ପାଳନ ନ କରିବା ଆଇନର ଉଲଙ୍ଘନ ବୋଲି ମନେ କରାଯିବ । ବିଶେଷ କାର୍ଯ୍ୟକ୍ରମ ଲାଗି ପୋଲିସ ଠାରୁ ଅନୁମତି ନେବାକୁ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’