Masthead

ଦିଲ୍ଲୀରେ ଏକ ମାସ ପର୍ଯ୍ୟନ୍ତ ଲାଗୁ ହେଲା ୧୪୪

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର ସୀମା ବନ୍ଦ ରହିଛି। ଏହା ବ୍ୟତୀତ ଦିଲ୍ଲୀରେ କୃଷକଙ୍କ ପ୍ରବେଶକୁ ରୋକିବା ପାଇଁ ସୀମାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ସମଗ୍ର ଦିଲ୍ଲୀରେ ଧାରା ୧୪୪ ଲାଗୁ କରାଯାଇଛି। ଏହା ପୂର୍ବରୁ ପୋଲିସ ଦିଲ୍ଲୀ ସୀମାରେ ଧାରା ୧୪୪ ଲାଗୁ କରିଥିଲେ କିନ୍ତୁ ଏବେ ପୁରା ସହରରେ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି ।

କୃଷକମାନଙ୍କର ‘ଦିଲ୍ଲୀ ଚାଲୋ’ଘୋଷଣା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହିତ ଦିଲ୍ଲୀର ସୀମାରେ ବି ସୁରକ୍ଷା ବ୍ୟବସ୍ଥା ବହୁତ କଡାକଡି କରି ଦିଆଯାଇଛି । ସୀମାକୁ ବ୍ୟାରିକେଡ୍ କରି ବନ୍ଦ କରି ଦିଆଯାଇଛି । ସେହିପରି ପୋଲିସ ନିଜ ଗୁଇନ୍ଦା ବ୍ୟବସ୍ଥାକୁ ବି ସତର୍କ କରାଇ ଦେଇଛି । ୧୪୪ ଧାରା ଲାଗୁ ହେବା ପରେ ୫ କିମ୍ବା ଏହାଠାରୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରୀତ ହୋଇପାରିବେ ନାହିଁ । ଏହାର ପାଳନ ନ କରିବା ଆଇନର ଉଲଙ୍ଘନ ବୋଲି ମନେ କରାଯିବ । ବିଶେଷ କାର୍ଯ୍ୟକ୍ରମ ଲାଗି ପୋଲିସ ଠାରୁ ଅନୁମତି ନେବାକୁ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ