Masthead

କୋଭିଡରେ ହରାଇଛନ୍ତି କି ପ୍ରିୟଜନଙ୍କୁ: ‘ବଡ଼ ଖବର’କୁ ପଠାନ୍ତୁ ତଥ୍ୟ ପ୍ରମାଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଅନେକ ଲୋକ ମହାମାରୀ କରୋନାର ପ୍ରକୋପରେ ନିଜର ପ୍ରିୟଜନ ଏବଂ ଆତ୍ମୀୟଙ୍କୁ ହରାଉଛନ୍ତି । ଏ ମହାମାରୀ ଏଭଳି ଦୁଃଖ ଦେବ କିଏ କେବେ ହେଲେ ଭାବି ନଥିଲା । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ କୋଭିଡରେ ମୃତ୍ୟୁ ବରଣ କରୁଛନ୍ତି କିନ୍ତୁ ବିଡମ୍ବନାର ବିଷୟ ଏହା ଯେ, ଆମ ରାଜ୍ୟ ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟାରେ ବଡ଼ ଧରଣର ହେରଫେର୍ ହେଉଥିବା ଦେଖିବାକୁ ମିଳୁଛି । ଅନେକ ଲୋକ କୋଭିଡରେ ମୃତ୍ୟୁ ବରଣ କରୁଥିଲେ ମଧ୍ୟ ସରକାର ତାଙ୍କୁ ଅଣ-କୋଭିଡରେ ମୃତ୍ୟୁବରଣ କରୁଛନ୍ତି ବୋଲି କହୁଛନ୍ତି । ଯାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଆଗାମୀ ୬ ସପ୍ତାହ ମଧ୍ୟରେ ସମସ୍ତ କୋଭିଡ ମୃତକଙ୍କ ପରିବାରୁ ସହାୟତା ରାଶି ଯୋଗାଇ ଦେବାକୁ କେନ୍ଦ୍ର ସ୍ଥିର କରିଛି । ତେଣୁ ଏହି ଓଡ଼ିଶାରେ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ଲୋକ ଯେପରି ଏହି କେନ୍ଦ୍ରୀୟ ସହାୟତାରୁ ବଂଚିତ ନ ହୁଅନ୍ତି, ସେମାନଙ୍କ ପାଇଁ ଆଗକୁ ଆସିଛି ଲୋକଙ୍କ ଚ୍ୟାନେଲ ବଡ଼ ଖବର ।

ଆପଣଙ୍କର କେହି ଆତ୍ମୀୟ ସ୍ୱଜନ ଯଦି କୋଭିଡରେ ମୃତ୍ୟୁ ବରଣ କରିଥାନ୍ତି, ଏବଂ ରାଜ୍ୟ ସରକାର ତାଙ୍କୁ ଅଣ-କୋଭିଡ ଆଖ୍ୟା ଦିଅନ୍ତି ତେବେ ଉପଯୁକ୍ତ ତଥ୍ୟ ପ୍ରମାଣ ସହ ଆମ ପାଖକୁ ପଠାନ୍ତୁ । ଯଦି ତାହା ଉପଯୁକ୍ତ ଥାଏ, ତେବେ ବଡ଼ ଖବର ଆପଣଙ୍କ ତଥ୍ୟ ପ୍ରମାଣକୁ ନେଇ କୋର୍ଟ ଯିବ । ଯେ କୌଣସି କୋଭିଡ ମୃତକଙ୍କ ପରିବାର କେନ୍ଦ୍ରୀୟ ସହାୟତାରୁ ବଂଚିତ ନ ହୁଅନ୍ତି ତାହା ହେଉଛି ବଡ଼ ଖବରର ଲକ୍ଷ୍ୟ । ଆପଣଙ୍କ ତଥ୍ୟ ଓ ପ୍ରମାଣ ଆମକୁ ହ୍ୱାଟ୍ସଆପ ନମ୍ବର ୯୯୩୮୯୦୦୫୬୯ ମାଧ୍ୟମରେ ପଠାନ୍ତୁ । ଲୋକଙ୍କ ଚ୍ୟାନେଲ ହିସାବରେ ଆପଣଙ୍କ ପାଇଁ ବଡ଼ ଖବର କୋର୍ଟରେ ପହଂଚିବ ଏବଂ ଆପଣଙ୍କୁ କ୍ଷତିପୂଣଣ ନ ମିଳିବା ପର୍ଯ୍ୟନ୍ତ ବଡ଼ ଖବର ଲଢେଇ ଜାରି ରଖିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ