Masthead

ସହାୟତା ଅପେକ୍ଷାରେ ସୁମିତ୍ରା

ରଣପୁର ( ବଡ଼ ଖବର ବ୍ୟୁରୋ ): ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ରକ୍ତ କର୍କଟରେ ପୀଡିତ ହୋଇ ଏବେ ସହାୟତାର ବାଟକୁ ଛାହିଁ ବସିଛି ସୁମିତ୍ରା । ପାଠପଢ଼ାରେ ବି ବେଡି ପକେଇଛି ଦୁରାରୋଗ୍ୟ ।  ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି  ରଣପୁର ବ୍ଲକ୍ ବନ୍ଧମୁଣ୍ଡା ପଞ୍ଚାୟତର ଭେଟବର ଗ୍ରାମରେ । କାର୍ତ୍ତିକ ବେହେରାଙ୍କ ଝିଅ ସୁମିତ୍ରା ବେହେରା । ବୟସ କୋଡ଼ିଏ । ଅଭାବ ଅସୁବିଧା ଭିତରେ ରଣପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିଲେ । ମାତ୍ର ହଠାତ ତାଙ୍କୁ ଗ୍ରାସ କରିଥିଲା ରକ୍ତ କର୍କଟ । ଡାକ୍ତରଙ୍କ ପାଖକୁ ଦଉଡି ଦଉଡି ଯାହା ସମ୍ବଳ ଥିଲା ତାହା ସରିଲାଣି । ସେପଟେ ଏକମାତ୍ର ଭାଇ ସେ ବି ହାଡ଼ ଯକ୍ଷ୍ମାରେ ପୀଡିତ । ତା ପଛରେ ଗୁଡ଼ାଏ ଅର୍ଥ ବି ସାରିଲାଣି । ଏବେ ବାପ ମା ନିଶ୍ଚଳ ହୋଇ କେବଳ ଭଗବାନ ଭରସାରେ ଅଛନ୍ତି।

ବଞ୍ଚିବର ପାଇଁ ମୃତୁ୍ୟ ସହ ଲଢେଇ କରୁଛି ସୁମିତ୍ରା । ବାପା କାର୍ତିକ ଦିନ ମଜୁରିଆ । ଖଟିଲେ ପରିବାର ଚଳେ । ଯାହା କିଛି ରୋଜଗାର ହୁଏ ତାହାତ ପରିବାର ପ୍ରତିପୋଷଣକୁ ନିଅଣ୍ଟ । ଏପଟେ ଝିଅର ଏଇ ରକ୍ତ କର୍କଟ ରୋଗ ଓ ପୁଅର ହାଡ଼ ଯକ୍ଷ୍ମା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା। ଝିଅର ଚିକିତ୍ସା ପାଇଁ ମା ବାପା ଭାରି କାକୁତି ମିନତି ହୋଇ ସରକାରଙ୍କୁ ଗୁହାରି ଜଣାଇଛନ୍ତି। କେହି ସହୃଦୟ ବ୍ୟକ୍ତି ସାହାର୍ଯ୍ୟର ହାତ ବଢ଼ାଇଲେ ଝିଅ ଜୀବନରେ ପୁଣି ହସ ଫୁଟି ଉଠନ୍ତା। ସୁମିତ୍ରା ଏକ ନୂଆ ଜୀବନ ପାଆନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ