Masthead

ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ଚାଞ୍ଚଲ୍ୟ । ରକ୍ତରେ ଭିଜିଲା ବଡ଼ଦାଣ୍ଡ । ଦେବସ୍ନାନ ପୂର୍ଣ୍ଣମାରେ ଗଡିଲା ବରିଷ୍ଠ ସେବାୟତଙ୍କ ମୁଣ୍ଡ । ଗୋଟିଏ ପଟେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଚାଲିଥିବା ବେଳେ ଅନ୍ୟପଟେ ୮୩ ବର୍ଷୀୟ ଜଗନ୍ନାଥ ଦୀକ୍ଷିତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁବୃତ୍ତ ।  ଗୁଡିଆ ସାହିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ ।

ପରିବାର ଲୋକେ ଘରେ ନ ଥିବାର ସୁଯୋଗ ନେଇ ହତ୍ୟାକାଣ୍ଡ ଭିଆଇଛନ୍ତି ଦୁବୃତ୍ତ ।
ଟଙ୍କା ନେଣଦେଣକୁ ନେଇ ପଡ଼ୋଶୀ ନାରାୟଣ ପାଟ୍ଟଯୋଶୀଙ୍କ ସହ ଜଗନ୍ନାଥଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ନାରାୟଣ ପଟ୍ଟଯୋଶୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଯେଉଥିରେ ଜଗନ୍ନାଥଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ପରିବାର ଲୋକେ ଆସି ଦେଖିଲା ବେଳକୁ ଘର ଅଗଣା ନିକଟରେ ମୃତ ଦେହ ପଡ଼ିଥିଲା । ଏନେଇ ପୋଲିସକୁ ସୂଚନା ଦିଆ ଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି । ଅଭିଯୁକ୍ତର ଭାଇକୁ ଅଟକ ରଖି ଏନେଇ ପଚରା ଉଚରା କରୁଛି ପୋଲିସ । ତେବେ ଏଠି ସବୁଠୁ ବଡ କଥା ହେଉଛି ସ୍ନାନ ଯାତ୍ରା ପାଇଁ ପୁରୀରେ ୭୦ ରୁ ଅଧିକ ପ୍ଲାଟୁନ ଫୋର୍ସ ମୁତୟନ ଥିବା ବେଳେ ଏତେ ବଡ ଘଟଣା କିଭଳି ଘଟିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ