ମୁଖ୍ୟମନ୍ତ୍ରୀ ପଦ ଗଲା ପରେ ଗାଁରେ ଚଲାଇଲେ ଟ୍ରାକ୍ଟର..ଭାଇରାଲ ହେଲା ଭିଡିଓ

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ଭାରତୀୟ ଜନତା ପାର୍ଟି ବିଜେପିରେ ଶିବରାଜ ସିଂ ଚୌହାନଙ୍କ ଭବିଷ୍ୟତ କ’ଣ ହେବ ତାହା କେବଳ ସମୟ କହିବ। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋସିଆଲ ମିଡିଆରେ ଏକ ଭିଡିଓ  ସେୟାର କରିଛନ୍ତି, ଯେଉଁଥିରେ ସେ ଟ୍ରାକ୍ଟର ଚଳାଉଥିବାର ନଜର ଆସିଛନ୍ତି। କିଛି ଦିନର ବ୍ୟସ୍ତତା ପରେ ଶିବରାଜ ଗରୁବାର ନିଜ ଗାଁରେ ପହଞ୍ଚିଛନ୍ତି । ତେବେ ଏଠାରେ ଶିବରାଜଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି ।

ସେ ଜମିରେ ଟ୍ରାକ୍ଟର ଚଲାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଶିବରାଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ଏହି ଭିଡିଓ ସେୟାର କରିଛନ୍ତି ଓ କ୍ୟାପସନରେ ଲେଖିଛନ୍ତି, ମଧ୍ୟପ୍ରଦେଶ ମାଟି ସୁନା ଫଳାଇଥାଏ । ଏହା ସହିତ ମାଟି ମା’କୁ ପ୍ରଣିପାତ କରିଛନ୍ତି । ଶିବରାଜ ଆଜି ବିଦିଶା ଜିଲ୍ଲା ସ୍ଥିତ ନିଜ ଗାଁରେ ପହଞ୍ଚିଛନ୍ତି । ସେ ସମସ୍ତ କୃଷକ ଭାଇଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’