Before Header

ବିଜେଡି ଛାଡିଲେ ଶ୍ରଦ୍ଧାଞ୍ଜଳୀ

0 991

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ଛାଡିଲେ ରାଜ୍ୟ ମହିଳା ଉପସଭାପତି ଶ୍ରଦ୍ଧାଞ୍ଜଳି ରାଏ । ବରିଷ୍ଠ ବିଜେଡି ନେତ୍ରୀ ପ୍ରାଥମିକ ପଦରୁ ଦେଲେ ଇସ୍ତଫା । ବିଜେଡି ନେତ୍ରୀ ଶ୍ରଦ୍ଧାଞ୍ଜଳି ଦଳ ଛାଡ଼ିବା ବାଲେଶ୍ୱର ବିଜେଡିକୁ ବଡ଼ ଝଟକା । ବାଲେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇ ଲଢିବାକୁ ଆଶା ରଖିଥିଲେ ଶ୍ରଦ୍ଧାଞ୍ଜଳି ରାଏ । ହେଲେ ବିଜେଡି ତାଙ୍କୁ ନିରାଶ କରିଛି । ଦୀର୍ଘ ଦିନ ଧରି ବିଜେଡି ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରେ କାର୍ଯ୍ୟ କରୁଥିଲେ ମହିଳା ନେତ୍ରୀ ।

ଶ୍ରଦ୍ଧାଞ୍ଜଳୀ କହିଛନ୍ତି ଯିଏ ଦିନେ ବିଜେଡିକୁ ସମାଲୋଚନା କରି ରାଜ୍ୟ ସରକାରଙ୍କ ଉପରେ ଗାଳି କରୁଥିଲା ସେ ଆଜି ଦଳର ସାଂସଦ ପ୍ରାର୍ଥୀ । ବିଜେଡିର ଯେଉଁ ନେତା ମାନେ ବିଜୁ ବାବୁଙ୍କ ସ୍ୱାଭିମାନ ଆଦର୍ଶର ନାରା ଦେଇଛନ୍ତି ତାହା ଆଜି ବିଜେଡି ଦଳ ପାଖରେ ନାହିଁ । ଦଳରେ ଆଉ କାମ କରିବା ଅସମ୍ଭବ । ଯାହା ମୁଁ ଅନୁଭବ କରି ବିଜେଡି ଛାଡିବାକୁ ବାଧ୍ୟ ହେଲି ବୋଲି କହିଛନ୍ତି ଶ୍ରଦ୍ଧାଞ୍ଜଳି ରାଏ ।

Leave A Reply

Your email address will not be published.