Masthead

ଶରଦ ପାୱାରଙ୍କୁ ଆଉ ଏକ ଝଟକା, ଦଳରୁ ହାତ ଛାଡ଼ିଲେ ଆଉ ୭ ବିଧାୟକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଅଜିତ ପାୱାରଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହ ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦଳର ମୁଖ୍ୟ ଶରଦ ପାୱାର ଦଳ ଉପରେ ନିଜର ଦାବି କରୁଛନ୍ତି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଲାଗିଛି। ରାଜ୍ୟର ସାତଜଣ ଏନସିପି ବିଧାୟକ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦଳକୁ ସମର୍ଥନ କରିଛନ୍ତି।

ନାଗାଲାଣ୍ଡ ରାଜ୍ୟ ସଭାପତି ଭାଣ୍ଟୁଙ୍ଗ ଓଡିଓ କହିଛନ୍ତି ଯେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦଳକୁ ସମର୍ଥନ ଜଣାଇ ରାଜ୍ୟର ସମସ୍ତ ଏନସିପି ବିଧାୟକ ଘୋଷଣା କରିଛନ୍ତି । ଏ ବାବଦରେ ଏକ ଚିଠି ଲେଖି ଆମେ ସେମାନଙ୍କ ସହିତ ଅଛୁ ବୋଲି ଜଣାଇଛନ୍ତି । ନିକଟରେ ଅଜିତ ପାୱାରଙ୍କ ନେତୃତ୍ୱରେ ଅନେକ ଏନସିପି ବିଧାୟକ ଦଳ ବିରୋଧରେ ବିଦ୍ରୋହ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ବିଜେପିର ମିଳିତ ସରକାରରେ ଯୋଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡିଶାକୁ ରେର୍ଡୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ଓଡିଶାକୁ ରେର୍ଡୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି