Masthead

ମହାରାଷ୍ଟ୍ର ହାଇଡ୍ରାମା, ଶରଦ ବନାମ ଅଜିତ

ଆଜି ବସିବ ଉଭୟ ଗୋଷ୍ଠୀର ହାଇ ଲବେଲ ମିଟିଂ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ହାଇଡ୍ରାମା । ଶରଦ ବନାମ ଅଜିତ । ଶକ୍ତି ପଦର୍ଶନ ପାଇଁ ଲାଗି ପଡିଛନ୍ତି ଉଭୟ ଗୋଷ୍ଠୀ । ଆଜି ବସିବ ହାଇ ଲବେଲ ମିଟିଂ । ଉଭୟ ଗୋଷ୍ଠୀ ଆଜି ଭିନ୍ନ ଭିନ୍ନ ବୈଠକ ଡାକିଛନ୍ତି । ଏଥିରେ ଏନସିପିର ସମସ୍ତ ବିଧାୟକ ଓ ନେତାଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଛି । ତେଣୁ କାହା ବୈଠକରେ କିଏ ଉପସ୍ଥିତ ରହିବେ ତାହା ଉପରେ ନଜର ରହିଛି । ଏନସିପିରେ ବିଦ୍ରୋହର ଦିନକ ପରେ ଅଜିତଙ୍କ ପକ୍ଷରେ ଥିବା କିଛି ନେତା ଏବେ ଶରଦଙ୍କ ଆଡକୁ ଢଳିଛନ୍ତି ।

ଅଜିତ ପାୱାର ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି ଯେ ତାଙ୍କ ନିକଟରେ ୪୦ ବିଧାୟକଙ୍କ ସମର୍ଥନ ଅଛି। ୪୦ ବିଧାୟକଙ୍କ ସ୍ବାକ୍ଷର ସହ ଅଜିତ ପାୱାର ଏହି ଦାବି କରିଛନ୍ତି। କିନ୍ତୁ ଏଯାବତ ଅଜିତ ପାୱାର ଓ ଶରଦ ପାୱାର କେହି ବି ନିଜ ସମର୍ଥନରେ ଥିବା ବିଧାୟକଙ୍କୁ ସାମ୍ନାକୁ ଆଣିନାହାନ୍ତି। ଅନ୍ୟପକ୍ଷରେ ଅଜିତ ପାୱାର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ୨ ଜଣ ବିଧାୟକ ଏବେ ଶରଦ ପାୱାରଙ୍କ ପାଖକୁ ଫେରି ଆସିଛନ୍ତି। ୨ ଜଣ ବିଧାୟକ ହେଉଛନ୍ତି ମକରନ୍ଦ ପାଟିଲ ଏବଂ ବାଲାସାହେବ ପାଟିଲ। ଶରଦ ପାୱାରଙ୍କ ସହ ଫଟୋ ସେୟାର କରି ତାଙ୍କୁ ସମର୍ଥନ କରୁଛନ୍ତି ବୋଲି କହିଥିବା ନେତାମାନେ ହେଉଛନ୍ତି ଅନିଲ ଦେଶମୁଖ, ଜିତେନ୍ଦ୍ର ଅୱଧ, ଜୟନ୍ତ ପାଟିଲ, ରୋହିତ ପାୱାର, ସନ୍ଦୀପ କ୍ଷୀରସାଗର,ବ ଏବଂ ପ୍ରଜାକତ ପ୍ରସାଦରାଓ ତାନପୁରେ।
ମହାରାଷ୍ଟ୍ରରେ ଦଳରେ ବିଦ୍ରୋହକୁ ନେଇ ରାଜନୈତିକ ସଂକଟ ଚାଲିଥିବା ବେଳେ ଅଯୋଗ୍ୟ ଘୋଷଣା ପାଇଁ ପିଟିସନ ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି। ବିଧାନସଭା ବାଚସ୍ପତି ଏହା ଉପରେ କେବେ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ