Masthead

ମହାରାଷ୍ଟ୍ର ହାଇଡ୍ରାମା, ଶରଦ ବନାମ ଅଜିତ

ଆଜି ବସିବ ଉଭୟ ଗୋଷ୍ଠୀର ହାଇ ଲବେଲ ମିଟିଂ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ହାଇଡ୍ରାମା । ଶରଦ ବନାମ ଅଜିତ । ଶକ୍ତି ପଦର୍ଶନ ପାଇଁ ଲାଗି ପଡିଛନ୍ତି ଉଭୟ ଗୋଷ୍ଠୀ । ଆଜି ବସିବ ହାଇ ଲବେଲ ମିଟିଂ । ଉଭୟ ଗୋଷ୍ଠୀ ଆଜି ଭିନ୍ନ ଭିନ୍ନ ବୈଠକ ଡାକିଛନ୍ତି । ଏଥିରେ ଏନସିପିର ସମସ୍ତ ବିଧାୟକ ଓ ନେତାଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଛି । ତେଣୁ କାହା ବୈଠକରେ କିଏ ଉପସ୍ଥିତ ରହିବେ ତାହା ଉପରେ ନଜର ରହିଛି । ଏନସିପିରେ ବିଦ୍ରୋହର ଦିନକ ପରେ ଅଜିତଙ୍କ ପକ୍ଷରେ ଥିବା କିଛି ନେତା ଏବେ ଶରଦଙ୍କ ଆଡକୁ ଢଳିଛନ୍ତି ।

ଅଜିତ ପାୱାର ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି ଯେ ତାଙ୍କ ନିକଟରେ ୪୦ ବିଧାୟକଙ୍କ ସମର୍ଥନ ଅଛି। ୪୦ ବିଧାୟକଙ୍କ ସ୍ବାକ୍ଷର ସହ ଅଜିତ ପାୱାର ଏହି ଦାବି କରିଛନ୍ତି। କିନ୍ତୁ ଏଯାବତ ଅଜିତ ପାୱାର ଓ ଶରଦ ପାୱାର କେହି ବି ନିଜ ସମର୍ଥନରେ ଥିବା ବିଧାୟକଙ୍କୁ ସାମ୍ନାକୁ ଆଣିନାହାନ୍ତି। ଅନ୍ୟପକ୍ଷରେ ଅଜିତ ପାୱାର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ୨ ଜଣ ବିଧାୟକ ଏବେ ଶରଦ ପାୱାରଙ୍କ ପାଖକୁ ଫେରି ଆସିଛନ୍ତି। ୨ ଜଣ ବିଧାୟକ ହେଉଛନ୍ତି ମକରନ୍ଦ ପାଟିଲ ଏବଂ ବାଲାସାହେବ ପାଟିଲ। ଶରଦ ପାୱାରଙ୍କ ସହ ଫଟୋ ସେୟାର କରି ତାଙ୍କୁ ସମର୍ଥନ କରୁଛନ୍ତି ବୋଲି କହିଥିବା ନେତାମାନେ ହେଉଛନ୍ତି ଅନିଲ ଦେଶମୁଖ, ଜିତେନ୍ଦ୍ର ଅୱଧ, ଜୟନ୍ତ ପାଟିଲ, ରୋହିତ ପାୱାର, ସନ୍ଦୀପ କ୍ଷୀରସାଗର,ବ ଏବଂ ପ୍ରଜାକତ ପ୍ରସାଦରାଓ ତାନପୁରେ।
ମହାରାଷ୍ଟ୍ରରେ ଦଳରେ ବିଦ୍ରୋହକୁ ନେଇ ରାଜନୈତିକ ସଂକଟ ଚାଲିଥିବା ବେଳେ ଅଯୋଗ୍ୟ ଘୋଷଣା ପାଇଁ ପିଟିସନ ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି। ବିଧାନସଭା ବାଚସ୍ପତି ଏହା ଉପରେ କେବେ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା