ପୁଣି ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସନ୍ତା ୭ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ତଥା ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ୭ ଦିନରେ ଦୁଇଟି ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ୧୧ ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ୪୮ ଘଣ୍ଟାରେ ତାହା ଅଧିକ ଘନୀଭୂତ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ ।

ଏହା ପ୍ରଭାବରେ ୧୧ ତାରିଖରୁ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ୧୨ ଓ ୧୩ରେ ବର୍ଷାର ପରିମାଣ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଲଘୁଚାପ ପ୍ରଭାବରେ ୧୧ ତାରିଖ ଦିନ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୨ରେ ଗଞ୍ଜମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର