Masthead

ଦିଲ୍ଲୀରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ଆପ ବିଧାୟକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଦିଲ୍ଲୀରେ ଅସମ୍ଭାଳ ହେଉଛି ସ୍ଥିତି । କେଉଁଠି ଅକ୍ସିଜେନ ମିଳୁନି ତ ଆଉ କେଉଁଠି ବେଡ । ଲୋକେମାନେ ନାହିଁ ନଥିବା ଅସୁବିଧା ହେଉଥିବାବେଳେ ହସ୍ପିଟାଲ ବାହାରେ ରୋଗୀଙ୍କୁ ଧରି ବସୁଛନ୍ତି । ମୃତ୍ୟୁ କଥା ତ ନକହିବା ଭଲ । ମଶାଣିରୁ ନିଆଁ ଲିଭୁ ନାହିଁ । ଶବମାନଙ୍କ ଲମ୍ବା ଧାଡ଼ି ଲାଗୁଛି । ମହାମାରୀ ସହ ଲଢିବାରେ ବିଫଳ ହୋଇଛି ଦିଲ୍ଲୀ ସରକାର । ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ରକୁ ଦାୟୀ କରୁଛନ୍ତି। କିନ୍ତୁ ଶାସକ ଦଳର ବିଧାୟକ ନିଜ ଦଳର ସରକାରକୁ ସମାଲୋଚନା କରିଛନ୍ତି।

ଆଉ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ଆପ୍ ବିଧାୟକ ଶାଏବ ଇକବାଲ କହିଛନ୍ତି, ଦିଲ୍ଲୀରେ କରୋନା ସାଂଘାତିକ ରୂପ ନେଉଛି। ହେଲେ ଦିଲ୍ଲୀରେ କିଛି ଏ ବାବଦରେ ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଦିଲ୍ଲୀରେ ବେଡ୍, ଅକ୍ସିଜେନ ଏବଂ ଔଷଧ ନାହିଁ। ଏଭଳି ସ୍ଥିତିରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର। ଟାଇମ୍ସ ନାଓକୁ ପ୍ରତିକ୍ରିୟା ଦେବାହେଳେ ଇକବାଲ ଏହା କହିଛନ୍ତି। ଦିଲ୍ଲୀରେ ସରକାର କେବଳ କାଗଜ କଲମରେ ଚାଲିଛି।

ସେ ଛଅ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଆଉ ସବୁଠାରୁ ବରିଷ୍ଠ ବିଧାୟକ ହୋଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି। ତେଣୁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର ବୋଲି ସେ କହିଛନ୍ତି। କିଛି ଦିନ ପୁର୍ବରୁ କଂଗ୍ରେସ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଥିଲା । ଅନୀଲ କୁମାର ଅଭିଯୋଗ କରଥିଲେ ଯେ, ଏଭଳି ସ୍ବାସ୍ଥ୍ୟ ବିପତ୍ତି ସମୟରେ ରାଜ୍ୟ ସରକାର ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି । ଏଥିପାଇଁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରାଯିବା ଉଚିତ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା