Masthead

ଗିରଫ ହେଲେ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁ

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ପୋଲିସର ବଡ଼ କାର୍ଯାନୁଷ୍ଠାନ। ଦୀର୍ଘ ୫୫ ଦିନ ପରେ ଗିରଫ ହୋଇଛନ୍ତି ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଟିଏମ୍‌ସି ନେତା ଶାହଜାହାନ ଶେଖ। ତାଙ୍କୁ ବୁଧବାର ରାତି ୩ଟାରେ ମୀନାଖାନର ଏକ ଅଜ୍ଞାତ ସ୍ଥାନରୁ ଗିରଫ କରାଯାଇଛି। ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଏବଂ ସେମାନଙ୍କ ଜମି ହଡ଼ପ ମାମଲାରେ ଶାହଜାହାଁଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି।

ପୁଲିସ ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରିରେ ଉତ୍ତର ୨୪ ପରଗଣା ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଛି। ବେଙ୍ଗଲର ଏକ ସ୍ପେଶାଲ ପୁଲିସ ଟିମ୍ ତାଙ୍କୁ ଗିରଫ କରିଛି। ୫୫ ଦିନ ଧରି ପୁଲିସ ସହ ଛକାପଞ୍ଝା ଖେଳ ଖେଳୁଥିଲେ ଶେଖ ଶାହଜାହଁ। ପୁଲିସ ତାଙ୍କ ଉପରେ କଡା ନଜର ରଖି ଶେଷରେ ଗିରଫ କରିଛି। ନିକଟରେ ଶାହଜାହାଁଙ୍କ ଗିରଫଦାରୀକୁ ନେଇ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।ଫେବ୍ରୁଆରୀ ୨୬ରେ ସନ୍ଦେଶଖାଲି ମାମଲା ଉପରେ ବିଚାର କରି ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ଥିଲେ କୋର୍ଟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ