Masthead

ସମସ୍ତ ଆସନରେ ନିର୍ବାଚନ ଲଢିବ ଶିବସେନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ବର୍ତ୍ତମାନ ଠାରୁ ନିଜର ଋଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ସେପଟେ ଭାରତୀୟ ଜନତା ପାର୍ଟି ପୁଣିଥରେ କ୍ଷମତାକୁ ଆସିବାକୁ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଥିବା ବେଳେ ବିଜେପି ସହ କଡ଼ା ଟକ୍କର ଦେଉଛନ୍ତି ବିରୋଧୀ ଦଳ । ଏହା ସହ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ କଂଗ୍ରେସ ନିଜ ନିଜର ଦଳକୁ ମଜଭୁତ କରିବାରେ ଲାଗିପଡ଼ିଛନ୍ତି । ଏହା ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ଼ ଘୋଷଣା କରିଛନ୍ତି ।

ତେବେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମସ୍ତ ୪୦୩ ଆସନରେ ପାଇଁ ପ୍ରାର୍ଥୀ ଶିବସେନା ଦେବ ବୋଲି ଉଦ୍ଧବ ଠାକରେ ଘୋଷଣା କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏବଂ ଏହା ବିଜେପି ପାଇଁ ଚିନ୍ତାର ବିଷୟ ପାଲଟିଛି । ଅପରପକ୍ଷରେ ବାରମ୍ବାର ମୁହାଁମୁହିଁ ହେଉଥିବା ବିଜେପି ଓ ଶିବସେନା ପୁଣିଥରେ ଉତ୍ତରପ୍ରଦେଶରେ ନଜର ଆସିବେ । ଶିବସେନା ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରବେଶ କଲେ ଅଧିକା ବିଜେପିର କ୍ଷତି ହେବ ବୋଲି ଅନୁମାନ କରାଯାଉଛି ।

କାହିଁକିନା ଦୁଇ ଦଳର ଚିନ୍ତା ଧାରା ସମାନ । ଉଭୟ ଦଳ ହିନ୍ଦୁତ୍ୱକୁ ଅଗ୍ରାଧୀକାର ଦେଇଥାନ୍ତି । ତେଣୁ ଶିବସେନା ଉତ୍ତରପ୍ରଦେଶରେ ନିର୍ବାଚନ ଲଢିଲେ ବିଜେପିର ଭୋଟ ଦୁଇଭାଗରେ ବିଭକ୍ତ ହୋଇଯିବ । ଯାହାର ସିଧାସଳଖ ପ୍ରଭାବ ବିଜେପି ଦଳ ଉପରେ ପଡ଼ିବ । ତେଣୁ ଶିବସେନାର ଏପରି ନିଷ୍ପତ୍ତି ଉପରେ ବିଜେପି ଚିନ୍ତାରେ ପଡ଼ିଥିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ