Masthead

ସମସ୍ତ ଆସନରେ ନିର୍ବାଚନ ଲଢିବ ଶିବସେନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ବର୍ତ୍ତମାନ ଠାରୁ ନିଜର ଋଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ସେପଟେ ଭାରତୀୟ ଜନତା ପାର୍ଟି ପୁଣିଥରେ କ୍ଷମତାକୁ ଆସିବାକୁ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଥିବା ବେଳେ ବିଜେପି ସହ କଡ଼ା ଟକ୍କର ଦେଉଛନ୍ତି ବିରୋଧୀ ଦଳ । ଏହା ସହ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ କଂଗ୍ରେସ ନିଜ ନିଜର ଦଳକୁ ମଜଭୁତ କରିବାରେ ଲାଗିପଡ଼ିଛନ୍ତି । ଏହା ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ଼ ଘୋଷଣା କରିଛନ୍ତି ।

ତେବେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମସ୍ତ ୪୦୩ ଆସନରେ ପାଇଁ ପ୍ରାର୍ଥୀ ଶିବସେନା ଦେବ ବୋଲି ଉଦ୍ଧବ ଠାକରେ ଘୋଷଣା କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏବଂ ଏହା ବିଜେପି ପାଇଁ ଚିନ୍ତାର ବିଷୟ ପାଲଟିଛି । ଅପରପକ୍ଷରେ ବାରମ୍ବାର ମୁହାଁମୁହିଁ ହେଉଥିବା ବିଜେପି ଓ ଶିବସେନା ପୁଣିଥରେ ଉତ୍ତରପ୍ରଦେଶରେ ନଜର ଆସିବେ । ଶିବସେନା ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରବେଶ କଲେ ଅଧିକା ବିଜେପିର କ୍ଷତି ହେବ ବୋଲି ଅନୁମାନ କରାଯାଉଛି ।

କାହିଁକିନା ଦୁଇ ଦଳର ଚିନ୍ତା ଧାରା ସମାନ । ଉଭୟ ଦଳ ହିନ୍ଦୁତ୍ୱକୁ ଅଗ୍ରାଧୀକାର ଦେଇଥାନ୍ତି । ତେଣୁ ଶିବସେନା ଉତ୍ତରପ୍ରଦେଶରେ ନିର୍ବାଚନ ଲଢିଲେ ବିଜେପିର ଭୋଟ ଦୁଇଭାଗରେ ବିଭକ୍ତ ହୋଇଯିବ । ଯାହାର ସିଧାସଳଖ ପ୍ରଭାବ ବିଜେପି ଦଳ ଉପରେ ପଡ଼ିବ । ତେଣୁ ଶିବସେନାର ଏପରି ନିଷ୍ପତ୍ତି ଉପରେ ବିଜେପି ଚିନ୍ତାରେ ପଡ଼ିଥିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ