Masthead

ଦିବ୍ୟାଙ୍ଗଙ୍କୁ ମିଳୁନି ସ୍ମାର୍ଟ ଚିକିତ୍ସା

କୁଜଙ୍ଗ(ବଡ଼ ଖବର ବ୍ୟୁରୋ): ଦିବ୍ୟାଙ୍ଗଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସରକାର ଗରିବଙ୍କ ଚିକିତ୍ସା ପାଇଁ ଅନେକ ଯୋଜନା କରୁଛନ୍ତି । ସ୍ମାର୍ଟ ହେଲଥ କାର୍ଡ ବାଣ୍ଟୁଛନ୍ତି କିନ୍ତୁ ପ୍ରକୃତ ଗରିବ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ମଲ୍ଲାସହୀ ପଞ୍ଚାୟତ ତୁଣ୍ଡେଇକୁଦ ଗାଁରେ । ଗାଁର ଅଜୟ ମଲ୍ଲିକଙ୍କ ୨୨ବର୍ଷର ପୁଅ ବାବୁ । ଜନ୍ମରୁ ବାବୁ ଦିବ୍ୟାଙ୍ଗ ହୋଇଥିବା ବେଳେ ବାବୁଙ୍କ ଚିକିତ୍ସା ପାଇଁ ବାପା ଅଜୟ ସବୁ ଧନ ସମ୍ପତି ସାରିଦେଲେ । ଜୀବନ ସାରା ଖଟି ଯାହା ଅର୍ଜିଥିଲେ ପୁଅର ଚିକିତ୍ସା ପାଇଁ ସବୁ ସାରିଦେଲେ । ଗୋଟିଏ ପଟେ ଗରିବ କଲ୍ୟାଣ ପାଇଁ ସରକାର ମାଳମାଳ ଯୋଜନା କରୁଥିବା ବେଳେ ଅଜୟଙ୍କ ପରିବାର ପାଇଁ ଏହା ଉପହାସ ଭଳି ମନେ ହେଉଛି । ଦିନ ମଜୁରିଆ ଅଜୟଙ୍କର ନାଁ ଅଛିୁ ରାସନ କାର୍ଡ ନାଁ ମିଳୁଛି ଅନ୍ୟ କୋଉ ସୁବିଧା । ପୁଅ ବାବୁକୁ କେବଳ ଦିବ୍ୟାଙ୍ଗ ଭତ୍ତା ବାବଦକୁ ମାସିକ ଯାହା ଟଙ୍କା ମିଳୁଛି । ଚାଳ ଛପର ଘରେ ରହୁଥିବା ଅଜୟଙ୍କ ପରିବାର ପାଇଁ ଆବାସ ଯୋଜନା ମଧ୍ୟ ସାତ ସପନ ହୋଇପଡ଼ିଛି । ସରକାରୀ ସହୟାତା ପାଇଁ ସେ ବାରମ୍ବାର ପ୍ରଶାସନକୁ ନିବେଦନ କରିବା ପରେବି କୌଣସି ସୁଫଳ ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା