Before Header

କାଲି କଟକ ବନ୍ଦ

0 43

କଟକ(ବଡ଼ ଖବର ବ୍ୟୁରୋ): ଆସନ୍ତା କାଲି କଟକ ବନ୍ଦ । ଏଥିପାଇଁ ବିଜେପିର ପ୍ରସ୍ତୁତି ବୈଠକ ବସିଛି । କଟକରେ ମୂର୍ତ୍ତି ଉଚ୍ଚତା ଓ ପରଦା ଆଢୁଆଳରେ ମାଙ୍କ ପୂଜାକୁ ନେଇ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିରୋଧ କରି ଆସନ୍ତା କାଲି କଟକ ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୬ରୁ ସଂଧ୍ୟା ୬ ଯାଏ ବନ୍ଦ ପାଳନ କରାଯିବ । ଏହି ସମୟରେ ବନ୍ଦରୁ ବାଦ ରହିବ ଜରୁରି ସେବା । ବନ୍ଦ ଡାକରା ନେଇ ସମୀର ଦେଙ୍କ ସୂଚନା ଦେଇଛନ୍ତି ।

କଟକ ମୁରବିଙ୍କୁ ଅପମାନ ଦିଆଯାଇଛି ଏବଂ ଅପମାନିତ କରିଛନ୍ତି ସରକାର ବୋଲି ସମୀର ଦେ କହିଛନ୍ତି । ଏହାକୁ ସଫଳ କରିବା ପାଇଁ ଆଜି ଏକ ପ୍ରସ୍ତୁତ ବୈଠକ ଗୋପାଳଜୀଉ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବହୁ ବିଜେପିର ବରିଷ୍ଠ ନେତା ମାନେ ଯୋଗଦେଇଥିଲେ । ଆସନ୍ତା କାଲି କଟକ ବନ୍ଦ ଡାକରା ରେ ଅନେକ ପୂଜା କମିଟି, ସାମାଜିକ ସଂଗଠନ , ବ୍ୟବସାୟୀ ମାନେ ସାମିଲ୍ ହେଉଛନ୍ତି ବୋଲି ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.