Masthead

କୋର୍ଟ ରୁମରେ ଗୁଳିକାଣ୍ଡ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ:     ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ଛାତି ଥରାଇ ଦେବା ଭଳି ଘଟଣା । ଦିଲ୍ଲୀର ଗୋଟିଏ କୋର୍ଟ ରୁମରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଜିଦେନ୍ଦ୍ର ଓରଫ ଗୋଗିକୁ କୋର୍ଟ ରୁମ ଭିତରେ ଗୁଳି କରି ହତ୍ୟା କରାଯାଇଛି । ଦିଲ୍ଲୀର ରୋହିତ କୋର୍ଟରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ ଜିତେନ୍ଦ୍ରଙ୍କୁ କୋର୍ଟର ୨ ନଂ ପ୍ରକୋଷ୍ଠରେ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ହଠାତ୍ ଏହି ସମୟରେ ୨ ଜଣ ଆକ୍ରମଣକାରୀ ଓକିଲର ଛଦ୍ମ ବେଶରେ ଆସି କୋର୍ଟ ରୁମରେ ପହଞ୍ଚିଥିଲେ । କୋର୍ଟରେ ଶୁଣାଣି ହେଉଥିବା ବେଳେ ସେମାନେ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଉପରକୁ ଗୁଳି ମାଡ କରଥିଲେ ।

ତେବେ ଗୁଳି ମାଡ ପରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ପୋଲିସ ପକ୍ଷରୁ ମଧ୍ୟ ଗୁଳି ମାଡ ହୋଇଥିଲା । ପୋଲିସ ଗୁଳିରେ ୨ ଜଣ ଆକ୍ରମଣକାରୀ କୋର୍ଟ ରୁମରେ ପ୍ରାଣ ହରାଇଛନ୍ତି । ତେବେ ଗୁଳିମାଡ ଘଟଣାରେ ମୋଟ ୪ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । ତେବେ ଘଟଣା ପରେ କୋର୍ଟ ପରିସରରେ ଆତଙ୍କ ଖେଳିଯାଇଛି । ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଜ କରାଯାଉଛି । ଖବର ଅନୁଯାୟୀ ଜିତେନ୍ଦ୍ରଙ୍କୁ ୨ ବର୍ଷ ତଳେ ଦିଲ୍ଲୀର ସ୍ପେଶାଲ ସେଲ ଗରଫ କରିଥିଲା । ଜିତେନ୍ଦ୍ରଙ୍କ ନାଁରେ ୧୦ରୁ ଅଧିକ ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା