Masthead

କୋର୍ଟ ରୁମରେ ଗୁଳିକାଣ୍ଡ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ:     ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ଛାତି ଥରାଇ ଦେବା ଭଳି ଘଟଣା । ଦିଲ୍ଲୀର ଗୋଟିଏ କୋର୍ଟ ରୁମରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଜିଦେନ୍ଦ୍ର ଓରଫ ଗୋଗିକୁ କୋର୍ଟ ରୁମ ଭିତରେ ଗୁଳି କରି ହତ୍ୟା କରାଯାଇଛି । ଦିଲ୍ଲୀର ରୋହିତ କୋର୍ଟରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ ଜିତେନ୍ଦ୍ରଙ୍କୁ କୋର୍ଟର ୨ ନଂ ପ୍ରକୋଷ୍ଠରେ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ହଠାତ୍ ଏହି ସମୟରେ ୨ ଜଣ ଆକ୍ରମଣକାରୀ ଓକିଲର ଛଦ୍ମ ବେଶରେ ଆସି କୋର୍ଟ ରୁମରେ ପହଞ୍ଚିଥିଲେ । କୋର୍ଟରେ ଶୁଣାଣି ହେଉଥିବା ବେଳେ ସେମାନେ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଉପରକୁ ଗୁଳି ମାଡ କରଥିଲେ ।

ତେବେ ଗୁଳି ମାଡ ପରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ପୋଲିସ ପକ୍ଷରୁ ମଧ୍ୟ ଗୁଳି ମାଡ ହୋଇଥିଲା । ପୋଲିସ ଗୁଳିରେ ୨ ଜଣ ଆକ୍ରମଣକାରୀ କୋର୍ଟ ରୁମରେ ପ୍ରାଣ ହରାଇଛନ୍ତି । ତେବେ ଗୁଳିମାଡ ଘଟଣାରେ ମୋଟ ୪ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । ତେବେ ଘଟଣା ପରେ କୋର୍ଟ ପରିସରରେ ଆତଙ୍କ ଖେଳିଯାଇଛି । ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଜ କରାଯାଉଛି । ଖବର ଅନୁଯାୟୀ ଜିତେନ୍ଦ୍ରଙ୍କୁ ୨ ବର୍ଷ ତଳେ ଦିଲ୍ଲୀର ସ୍ପେଶାଲ ସେଲ ଗରଫ କରିଥିଲା । ଜିତେନ୍ଦ୍ରଙ୍କ ନାଁରେ ୧୦ରୁ ଅଧିକ ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ