Masthead

ବିଜେଡି ଦୁର୍ଗରେ ବିଜେଡିକୁ ଟାର୍ଗେଟ କଲେ ବିଜୟ ପଟ୍ଟନାୟକ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ):  କଂଗ୍ରେସର ଟାର୍ଗେଟରେ ରାଜ୍ୟ ସରକାର । ଦିଗପହଣ୍ଡି ନିର୍ବାଚନମଣ୍ଡଳୀ କୁକୁଡ଼ାଖଣ୍ଡିଠାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିଜ ଗଞ୍ଜାମରେ ସରକାରୀ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀମାନେ ବିଜେଡି କର୍ମୀ ଭାବେ କାର୍ୟ୍ୟ କରୁଛନ୍ତି। ସେମାନଙ୍କୁ ଚାପ ପ୍ରୟୋଗ କରି ଦଳୀୟ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଏଥିରୁ କ୍ଷାନ୍ତ ରୁହନ୍ତୁ । ଗଞ୍ଜାମ ଜିଲ୍ଲାକୁ ସରକାର ଏକ ନମ୍ୱର କରିବାକୁ ସ୍ବପ୍ନ ଦେଖିଛନ୍ତି । କିନ୍ତୁ ଏଠି କଳକାରଖାନା ନାହିଁ ।

ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଅନେକ ଯାଆନ୍ତି। ଆସିକାରେ ଥିବା ସ୍ଵିନିଙ୍ଗ ମିଲ ବନ୍ଦ ରହିଛି। ଚିନିଶିଳ୍ପ ଦୁର୍ଦ୍ଦିନରେ । ସରକାର କିଭଳି ଏକ ନମ୍ୱର୍ କରିବା ସ୍ବପ୍ନ ଦେଖିଛନ୍ତି। ରାଜ୍ୟରେ ବର୍ତ୍ତମାନ ଜାଲ ସାର୍ଟିଫିକେଟର ଚେର ଅନେକ ଦୂରକୁ ଲମ୍ବିଛି । ଯଦି ସାଧାରଣ ଲୋକ ଜାଣିଥିଲେ, ତାହା ହେଲେ ପ୍ରଶାସନ ମଧ୍ୟ ଜାଣିଛି । ଯଦି ପ୍ରଶାସନ ଅବଗତ, ତାହା ହେଲେ ସରକାରୀ ଦଳ ମଧ୍ୟ ଏଥିରେ ସାମିଲ। ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ପୁଣିଥରେ ନିଯୁକ୍ତ ଦେବା ଠିକ୍ ନୁହେଁ, ଯେଉଁମାନେ ମେଧବୀ ସେମାନଙ୍କ ଉପରେ ଚାପ ପଡ଼ିବ ।

୫ଟିକୁ ନେଇ ପୁଣି ପ୍ରଶ୍ନ କରିଛନ୍ତି ବିଜୟ । ଯେଉଁଠି ସରକାରଙ୍କ ପ୍ରଶାସନିକ ମୁଖ୍ୟ ହେଉଛନ୍ତି ମୁଖ୍ୟ ଶାସନ ସଚିବ, ସେଠି ୫ଟି କ’ଣ ବୋଲି ସେ କହିଛନ୍ତି। କଂଗ୍ରେସ ଦଳ କଥାରେ ନୁହେଁ, କାମରେ ବିଶ୍ୱାସ କରେ । ତେଣୁ କଂଗେସ ଦଳ ଆଗକୁ ଅଗ୍ରଗତି କରିବ । ସବୁଠି କଂଗ୍ରେସର ପକେଟ ଭୋଟ ଅଛି । ତେଣୁ ବହୁ ବରିଷ୍ଠ ଦଳରେ ସାମିଲ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ