Masthead

ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ, ରୁଜୁ କଲା ମାମଲା

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । ଉତ୍ତରପ୍ରଦେଶ ସରକାର ଗତ କାଲି ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ସୁପାରିସ କରିଥିଲେ । ଏହାପରେ ଆଜି ଏନେଇ ସିବିଆଇ ଏକ ଟିମ ଗଠନ କରିଛି । ଏକ ଏଫଆଇଆର ରୁଜୁ କରି ଦିଲ୍ଲୀର ପ୍ରୟାଗରାଜକୁ ଯାତ୍ରା ଆରମ୍ଭ କରିଛି ସିବିଆଇ । ରେନ୍ଦ୍ର ଗିରିଙ୍କ ମୃତ୍ୟୁ ସହ ଜଡ଼ିତ ସମସ୍ତ ଦସ୍ତାବିଜ ପୋଲିସ ଠାରୁ ହାସଲ କରିବେ । ଏହାର ତଦନ୍ତ ପାଇଁ ଏକ ୬ଜଣିଆ ଟିମ ମଧ୍ୟ ଗଠନ କରିଛି ସିବିଆଇ ।

ଏହାଛଡ଼ା ଘଟଣାରେ ଗିରଫ ହୋଇଥିବା ଆନନ୍ଦ ଗିରି ଓ ଆଦିତ୍ୟଙ୍କୁ ରିମାଣ୍ଡରେ ନେଇ ଜେରା ମଧ୍ୟ କରିବ ପୋଲିସ । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ମିଳିଥିବା ସୁଇସାଇଡ୍ ନୋଟରେ ଆନନ୍ଦଙ୍କ ସହିତ ଆଉ କିଛି ଲୋକଙ୍କ ନାଁ ମଧ୍ୟ ଉଲ୍ଲେଖ କରିଥିଲେ । ସେମାନେ ତାଙ୍କୁ ହଇରାଣ କରୁଥିବାରୁ ସେ ଜୀବନ ହାରିଥିବା ଚିଠିରେ ଲେଖିଥିଲେ । ବର୍ତ୍ତମାନ ସିବିଆଇକୁ ଏ ସମସ୍ତ ତଥ୍ୟ ପୋଲିସ ଦେବା ପରେ ସିବିଆଇ ଏହାର ତଦନ୍ତ କାର୍ଯ୍ୟ ଆଗକୁ ବଢ଼ାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ