Masthead

ହସ୍ପିଟାଲରେ ଔଷଧର ଅଭାବ, କିଣିବା ପାଇଁ ଅର୍ଥ ନାହିଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପାକିସ୍ତାନରେ ଲାଗି ରହିଛି ଆର୍ଥିକ ସଙ୍କଟ । ପେଟ୍ରୋଲର ଦର ବୃଦ୍ଧି ହେବା ସହ ଖାଇବା ସାମଗ୍ରୀର ଦର ମଧ୍ୟ ବୃଦ୍ଧି ହୋଇଛି । ଏବେ ସାମ୍ନାକୁ ଆଉ ଏକ ସମସ୍ୟା । ପାକିସ୍ତାନରେ ଥିବା ଡାକ୍ତରଖାନାଗୁଡ଼ିକରେ ଏବେ ଅତ୍ୟାବଶ୍ୟକ ଔଷଧର ଅଭାବ ଦେଖାଦେଇଛି । ଡାକ୍ତରଖାନାରେ ମୁଣ୍ଡବିନ୍ଧା ପାଇଁ ଡିସପ୍ରିନ, ଇନସୁଲିନ ଓ ଅନ୍ୟ ଜରୁରୀ ଔଷଧ ଏବେ ମିଳୁନାହିଁ । ଦେଖାଦେଇଥିବା ସାମ୍ପ୍ରତିକ ସଙ୍କଟ ଯୋଗୁଁ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି ଏବଂ ଏହି କାରଣରୁ ପଡୋଶୀ ଦେଶ ବିଦେଶରୁ ଅତ୍ୟାବଶ୍ୟକ ଔଷଧ ଆମଦାନୀ କରିବାରେ ସକ୍ଷମ ହୋଇପାରୁନି ପାକିସ୍ତାନ । ରିପୋର୍ଟ ଅନୁଯାୟୀ, ଅନେକ ଘରୋଇ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଔଷଧ ଉତ୍ପାଦନ ବନ୍ଦ କରିଦେଇଛନ୍ତି ଏବଂ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ଅବସ୍ଥା ଖରାପ ରହିଛି ।

ଏହି କାରଣରୁ ଡାକ୍ତରମାନଙ୍କୁ ନିର୍ଦ୍ଧାରିତ ଅସ୍ତ୍ରୋପଚାର ମଧ୍ୟ ସ୍ଥଗିତ ରଖିବାକୁ ପଡିଛି । ଏବଂ ଆବଶ୍ୟକ ଔଷଧ ଏବଂ ଯନ୍ତ୍ରପାତି ଅଭାବରୁ ସେମାନେ ରୋଗୀମାନଙ୍କ ଉପରେ ଅପରେସନ୍ କରିପାରୁ ନାହାନ୍ତି । ହାର୍ଟ, କିଡନୀ ଏବଂ କ୍ୟାନସର ଅପରେସନ୍ ଭଳି ସମ୍ବେଦନଶୀଳ ଅସ୍ତ୍ରୋପଚାର ପାଇଁ ଆନାସଥେଟିକ ଆବଶ୍ୟକ ରହିଛି । ସେପଟେ ଘରୋଇ ଉତ୍ପାଦନ ପାଇଁ ବ୍ୟବହୃତ କଞ୍ଚାମାଲର ୯୫% ଆମଦାନୀ ହୋଇଥାଏ । ଭାରତ-ଚୀନ୍ ସମେତ ଅନ୍ୟ ଦେଶରୁ ପାକିସ୍ତାନ ଅତ୍ୟାବଶ୍ୟକ କଂଚାମାଲ ଆମଦାନୀ କରିଥାଏ । ଏବେ ଆମଦାନୀ ବନ୍ଦ ହେତୁ ଏଠାରେ ଚିକିତ୍ସା ମଧ୍ୟ ମହଙ୍ଗା ହୋଇପାରେ । ଡ୍ରଗ୍ ଉତ୍ପାଦନ ଶିଳ୍ପଗୁଡିକ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି କଂଚାମାଲ ଶୀଘ୍ର ଆମଦାନୀ ନହେବ, ତେବେ ଏଠାରେ ଔଷଧର ମୂଲ୍ୟ ବୃଦ୍ଧି ନିଶ୍ଚିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା