Masthead

ଶ୍ରୀକୃଷ୍ଣ ଜନ୍ମୋତ୍ସବ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ସାରା ବିଶ୍ୱର କୋଣଅନୁକୋଣରେ ଥିବା ହିନ୍ଦୁ ଆଜି ଦିନକୁ ଖୁବ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି । ଆଜି ଦିନକୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବଭାବେ ଜଣାଶୁଣା । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦେବକୀ ଓ ବସୁଦେବଙ୍କ କୋଳରୁ ଜନ୍ମନେଇଥିଲେ ଶ୍ରୀକୃଷ୍ଣ । ମଥୁରାର କାରାଗାର ମଧ୍ୟରେ ଦେବକୀଙ୍କ ଅଷ୍ଟମ ସନ୍ତାନ ଭାବେ ଜନ୍ମନେଇଥିଲେ ଯଗତ ପିତା । ତାଙ୍କ ଜନ୍ମ ସମୟରେ ଏକ ଅଲୌକିକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ମଥୁରାରୁ ନେଇ ବସୁଦେବ ତାଙ୍କୁ ବୃନ୍ଦାବନରେ ନନ୍ଦ ରାଜାଙ୍କ ପାଖରେ ଛାଡ଼ି ଦେଇଥିଲେ । ସେଠାରେ ମାତା ଯଶୋଦାଙ୍କ କୋଳରେ ବଢ଼ିଥିଲେ କୃଷ୍ଣ ।

ପରେ ମଥୁରାକୁ ଯାଇ ନିଜ ଜନ୍ମକଲା ମା ବାପାଙ୍କୁ କଂସ ନିକଟରୁ ଉଦ୍ଧାର କରି କଂସ ବଦ୍ଧ କରିଥିଲେ । ଶ୍ରୀକୃଷ୍ଣଙ୍କ ଏହି ଜନ୍ମ ତିଥି ପ୍ରେମର ପ୍ରତୀକ ମଧ୍ୟ । ବୃନ୍ଦାବନରେ ରାଧାକୃଷ୍ଣଙ୍କ ପ୍ରେମ କାହାଣୀ ଆଜିବି ସମସ୍ତଙ୍କୁ ପ୍ରେରଣା ଯୋଗାଏ । ତେବେ ଜନ୍ମାଷ୍ଟମୀର ବିଦ୍ଧି ଅନୁସାରେ ରାସଲୀଳା ଆୟୋଜନ ସହିତ ମନ୍ଦିରରେ ଭାଗବତ ଗୀତା ପାଠ କରାଯାଏ । ବିଭିନ୍ନ ସ୍ଥାନରେ ଦହି ହାଣ୍ଡି ମଧ୍ୟ ଭଙ୍ଗାଯାଏ । ଏହି ଦିନ ରାଧାକୃଷ୍ଣଙ୍କୁ ଧ୍ୟାନ କଲେ ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂର ହୁଏ ବୋଲି ବିଶ୍ୱାସ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ 🔴 ଟୁରିଷ୍ଟ ବସ୍ ଦୁର୍ଘଟଣା, ୫ ମୃତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଝଡ଼ବର୍ଷା ଆଶଙ୍କା 🔴 ପୁଣି ମୁଣ୍ଡ ନୁଆଁଇଲେ ଟ୍ରମ୍ପ୍ 🔴 କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସମ୍ଭାବନା 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ 🔴 ଟୁରିଷ୍ଟ ବସ୍ ଦୁର୍ଘଟଣା, ୫ ମୃତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଝଡ଼ବର୍ଷା ଆଶଙ୍କା 🔴 ପୁଣି ମୁଣ୍ଡ ନୁଆଁଇଲେ ଟ୍ରମ୍ପ୍ 🔴 କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସମ୍ଭାବନା