Masthead

ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ପୁଣି ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। ନବୀନଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଲଚଲ ହୋଇଛି ରାଜନୀତି। ଶ୍ରୀମୟୀ ବିଜେଡିକୁ ଟାଇଟନିକ୍‌ ପରି ସମ୍ପୂର୍ଣ୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଥିବା କହି ଟାର୍ଗେଟ କରିଛନ୍ତି। ନାଁ ନ ନେଇ ସୁଜାତା ପାଣ୍ଡିଆନଙ୍କୁ ଶକ୍ତି ନାନି କହି ବାଣ ମାରିଛନ୍ତି।ଶ୍ରୀମୟୀ ମିଶ୍ର ଫେସବୁକରେ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି । ଆଉ ଏହାକୁ ଟାଇଟାନିକ୍ ବୁଡାଇବାକୁ ବିଶ୍ୱସ୍ତରୀୟ ଯୋଜନାର ହେଡଲାଇନ୍ ବି ଦେଇଛନ୍ତି । ଶ୍ରୀମୟୀ ଲେଖିଛନ୍ତି, ଶୁଣିବାକୁ ମିଳୁଛି ଶକ୍ତି ନାନୀ କୁଆଡେ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ । ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ ।

SREEMAYEE FB POST

ନୂଆପଡ଼ାରେ ଯେମିତି ମାମୁଁଘର ମିଳୁନି, ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବି ବାପଘର ଠିକଣା ଖୋଜିବାକୁ ଡ୍ରାମା ହେବ । ହେଲେ ଯିଏ ଜାମସେଦପୁରରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କେମିତି ବୁଝିପାରିବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ମିଶ୍ର । ଯାହାକି ସିଧା ସିଧା ସୁଜାତା ପାଣ୍ଡିଆନଙ୍କ ଆଡେ ଇଙ୍ଗିତ କରୁଛି ବୋଲି ଚର୍ଚ୍ଚା ହେଉଛି ।ଶ୍ରୀମୟୀ ଆହୁରି ମଧ୍ୟ କହିଛନ୍ତି, ଇଲେକ୍ସନ କମିସନ ଯାହାଙ୍କ ଶକ୍ତିରେ ବେଡ଼ି ପକାଇଥିଲେ, ଏବେ ସେ ନୂଆ ପରିଚୟ ଅପେକ୍ଷାରେ । ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଏବେ ଯୋଜନା ଚାଲିଛି ।

ହେଲେ ଓଡ଼ିଶାର ଲୋକ ତାମିଲ ପୁଅକୁ ତ ପ୍ରତ୍ୟାଖାନ କଲେ, ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ଦେଖାଯାଉ । ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନି ଛୁରିଆଙ୍କ ନାଁ ନନେଇ ସେ ଲେଖିଛନ୍ତି କି, ଯେମିତି ନୂଆପଡ଼ାରେ ମାମୁଘର ମିଳୁନି… ସେମିତି କେନ୍ଦ୍ରାପଡ଼ାରେ ବାପା ଘର ଖୋଜିବାକୁ ଡ୍ରାମା ହେବ। କାରଣ ଯିଏ, ଝାଡ଼ଖଣ୍ଡ ଜାମସେଦପୁର ପାଣି ପବନରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି? ନିର୍ବାଚନ କମିଶନ ଯାହାଙ୍କ ‘ଶକ୍ତି’ରେ ବେଡ଼ି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ। ବିଜେଡି କର୍ମୀଙ୍କୁ ପ୍ରଶ୍ନ କରିଛନ୍ତି କି, ସେମାନେ ଅଣଓଡ଼ିଆ ଦମ୍ପତ୍ତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ତ?  ନୂଆପଡ଼ା ନିର୍ବାଚନ ପାଇଁ ନବୀନ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି, ତା ପୂର୍ବରୁ ଶ୍ରୀମୟୀଙ୍କ ଏହି ଲେଖି ଅନେକ ଚର୍ଚ୍ଚା ବଢ଼ାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି