Masthead

ଲଗାଣ ବର୍ଷାରେ ଉବୁଟୁବ ମହାରାଷ୍ଟ୍ର, ଗୋଆ, ବିହାର, କର୍ଣ୍ଣାଟକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାରେ ଉବୁଟୁବ ମହାରାଷ୍ଟ୍ର, ଗୋଆ, ବିହାର, କର୍ଣ୍ଣାଟକ । ଏହି ସବୁ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରରେ ୧୧ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ବିଗିଡ଼ିବାରେ ଲାଗିଛି । ଉଦ୍ଧାର କାମରେ ବାୟୁସେନା, ଜଳସେନା ଏବଂ ଏନଡ଼ିଆରଏଫ ଟିମ୍ ସହାୟତା କରୁଛନ୍ତି । ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୧୨୯ ଲୋକ ପ୍ରାଣ ହରାଇଛନ୍ତି ।

ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ । ପାଖାପାଖି ୯୦ହଜାର ଲୋକଙ୍କୁ ପାଣି ଘେରରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ଉଦ୍ଧାରକାରୀ ଟିମ୍ । ସେପଟେ ଲଗାଣ ବର୍ଷା ପାଇଁ ରାୟଗଡ଼ ଜିଲ୍ଲାରେ ତିନୋଟି ସ୍ଥାନରେ ଭୂସ୍ଖଳନ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯାଇଛି । ତେବେ ବର୍ତମାନ ସୁଦ୍ଧା ୪୪ଜଣଙ୍କ ଜୀବନ ହାନି ହୋଇଥିବା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

ଶନିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ହେଲିକପ୍ଟର ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ମହାରଷ୍ଟ୍ର ବନ୍ୟା ସମୟରେ ଦେଖିବାକୁ ମିଳିଛି ଆଉ ଏକ ନିଆରା ଚିତ୍ର । ବର୍ଷା ଏବଂ ବନ୍ୟା ଲୋକଙ୍କ ଜୀବନକୁ ବପନ୍ନ କରିଥିବା ବେଳେ ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀ । ଖୁଣ୍ଟିରେ ଚଢ଼ି କାମ କରୁଥିବା ବେଳେ ମାଡି ଆସିଥିଲା ବନ୍ୟା ପାଣି । ଦୀର୍ଘ ସମୟ ଧରି ଏମାନେ ଇଲେକ୍ଟ୍ରି ତାରରେ ଝୁଲି ରହିବା ପରେ ସେଠାରେ ପହଞ୍ଚି ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼