Before Header

ଭୁବନେଶ୍ୱର ଉପରେ ବିଜୟଙ୍କ ଆଖି, ଅପରାଜିତା-ଅରୂପଙ୍କ ସହ ହୋଇପାରେ ଲଢେଇ

0 478

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସକାଳୁ ସକାଳୁ ସୁରଙ୍କ ଘରେ । ଠିକ୍ ପରେ ପରେ ଜେବିଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କ ପାଖରେ । ୨୪ ପାଇଁ ପୂରା ଷ୍ଟାଇଲରେ ମାଡିଚାଲିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ସତେ ଯେମିତି ଫିଲ୍ଡ ସଜାଡୁଛନ୍ତି । କାଲି ପୃଥ୍ୱୀବଲ୍ଲଭଙ୍କ ସହ ବିଆରଏସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଫଟୋ ଭାଇରାଲ ହେବା ପରେ ଆଜି ସକାଳୁ ପହଞ୍ଚି ସାକ୍ଷାତ କରିଛନ୍ତି ବିଜୟ । ଚର୍ଚ୍ଚା ହେଲା ଦଳବଦଳାଇଦେବେ କି ଜେବିଙ୍କ ପୁଅ ? ଯାହାକୁ ନେଇ କଂଗ୍ରେସର ଅନ୍ୟନେତା, ଏପରିକି ପିସିସି ସଭାପତି ବ୍ୟସ୍ତ ହେବା ପୂର୍ବରୁ ବିଜୟ ପଟ୍ଟନାୟକଙ୍କ ବ୍ୟଗ୍ରତା ସାମ୍ନାକୁ ଆସିଲା । ଏ ବ୍ୟଗ୍ରତା ପଛର କାରଣ କ’ଣ ହୋଇପାରେ?

ସରକାରଙ୍କ ଆଟିଚ୍ୟୁଡ, ଇନ୍ଦିରାଙ୍କ ପରାଜୟ ଯାଏଁ ଚର୍ଚ୍ଚା ହେଲା । ପୃଥ୍ୱୀବଲ୍ଲଭଙ୍କୁ ବିଜୟଙ୍କ ପ୍ରଶ୍ନ, ଆପଣ କଣ କଂଗ୍ରେସ ଛାଡି ବିଆରଏସ ଜଏନ କରିବେ? ଆଉ ଏହାର ଉତ୍ତରରେ ପୃଥ୍ୱୀବଲ୍ଲଭ କହିଲେ, କଂଗ୍ରେସରେ ଥିଲି କଂଗ୍ରେସରେ ରହିବି । ପୃଥ୍ୱୀବଲ୍ଲଭ ତ ସ୍ପଷ୍ଟ କଲେ ସେ କଂଗ୍ରେସରେ ରହିବେ । ଆଉ ଏହି ଉତ୍ତର ଶୁଣି ବେଶ୍ ଖୁସି ଜଣାପଡୁଥିଲେ ବିଜୟ । ଏହି ଖୁସି ଖାଲି ଦଳ ଦୃଷ୍ଟିରୁ ନା ଏଥିରେ ବ୍ୟକ୍ତିଗତ କଥା ବି କିଛି ଅଛି । ବିଜୟଙ୍କ କର୍ମଭୂମି ଭୁବନେଶ୍ୱରରେ । ପ୍ରଶାସନର ମୁଖ୍ୟ ଭାବେ ରାଜଧାନୀରେ ଲମ୍ବା ଅନୁଭବ । ଆଉ ଯେତେବେଳେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଛନ୍ତି, ସେତେବେଳେ କେଉଁଠୁ ଲଢିବାକୁ ଚାହିଁଲେ ଭୁବନେଶ୍ୱର ଲୋକସଭା ତାଙ୍କ ପାଇଁ ସବୁଠୁ ସୁବିଧାଜନକ ହେବ । ଭୁବନେଶ୍ୱର ଲୋକସଭା ଅଧୀନରେ ଆସୁଥିବା ୭ ବିଧାନସଭା ହେଉଛି ଭୁବନେଶ୍ୱର ଏକାମ୍ର, ମଧ୍ୟ, ଉତ୍ତର, ଜୟଦେବ, ଜଟଣ, ଖୋର୍ଦ୍ଧା ଓ ବେଗୁନିଆ-ବୋଲଗଡ଼ । ବୋଧେ ସେହି ପ୍ଲାନିଂ ଆଧାରରେ ଜଟଣୀ ବିଧାୟକ ସୁରଙ୍କ ସହ ସାକ୍ଷାତ, ପରେ ବେଗୁନିଆ-ବୋଲଗଡରୁ କଂଗ୍ରେସ ଟିକେଟରୁ ଲଢିବା ସମ୍ଭାବନା ଥିବା ପୃଥ୍ୱୀବଲ୍ଲଭଙ୍କ ଆଲୋଚନା । ଯାହାର ଆଭାସ ସୁର ମଧ୍ୟ ଦେଇସାରିଛନ୍ତି ।
ଗତ ନିର୍ବାଚନରେ ବାମପନ୍ଥୀ ଦଳଙ୍କ ସହ ମେଣ୍ଟ କରି ଜନାର୍ଦ୍ଦନ ପତିଙ୍କ ପାଇଁ ଭୁବନେଶ୍ୱର ଲୋକସଭା ଆସନ ଛାଡିଦେଇଥିଲା କଂଗ୍ରେସ । ଏଥର କିନ୍ତୁ ବିଜୟ ପଟ୍ଟନାୟକଙ୍କ ନାଁକୁ ନେଇ ଚର୍ଚ୍ଚା । ସେହି ହିସାବରେ ବିଧାନସଭାୱାରୀ ଯୋଜନା ବି କରୁଛନ୍ତି ବିଜୟ । ଅନ୍ୟଦଳର ଅସନ୍ତୁଷ୍ଟ ନେତାଙ୍କ ଉପରେ ନଜର ରହିଛି । ଟିକେଟ କଟିଲେ କଂଗ୍ରେସ ହାତ କିଏ କିଏ ଧରିପାରନ୍ତି ତାହାର ହିସାବ ବି ହେଉଛି । ଆଉ ଯଦି ବିଜୟ ଭୁବନେଶ୍ୱର ପ୍ରାର୍ଥୀ ହୁଅନ୍ତି ତାହାହେଲେ ଭୁବନେଶ୍ୱରରେ ପ୍ରଶାସକଙ୍କ ହାଇଭୋଲଟେଜ ଲଢେଇ ଦେଖିବାକୁ ମିଳିପାରେ । କାହିଁକି ନା ବିଜେପିରୁ ପୁଣି ସାଂସଦ ଅପରାଜିତା ଷଡଙ୍ଗୀ ଛିଡାହୋଇପାରନ୍ତି, ବିଜେଡି ଟିକଟ ଗତଥର ପାଇଥିବା ଅରୂପ ପଟ୍ଟନାୟକ ଏଥର ବି ଆଶାୟୀ ଅଛନ୍ତି ।

 

Leave A Reply

Your email address will not be published.