Masthead

କରୋନାରେ ଆଖି ବୁଜିଲେ ଶ୍ୟାମ

ମୁମ୍ବାଇ (ବଡ ଖବର ବ୍ୟୁରୋ): କାଳ ସାଜିଛି କରୋନା । ବଢି ବଢି ଚାଲିଛି କରୋନା ସଂକ୍ରମଣ । ଏଥିରେ ଅନେକ ନିଜ ଜୀବନ ମଧ୍ୟ ହାରି ସାରିଲେଣି । ବଲିଉଡ ଠାରୁ ଆରମ୍ଭ କରି ଟଲିଉଡ, ଚାରିଆଡେ କରୋନାର ହା ହା କାର । ତେବେ ନିକଟରେ ଭୋଜପୁରୀ ଇଣ୍ଡଷ୍ଟ୍ରି ହରେଇଛି ଜଣେ ଗୀତିକାରଙ୍କୁ । ଏହି କରୋନାରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଗୀତିକାର ଶ୍ୟାମ ଦେହାତି । ତାଙ୍କ ମୃତ୍ୟୁରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଦୁଇ ଦିନ ପୂର୍ବେ ଶ୍ୟାମଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା,

କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ଏହି ଖବର ଶୁଣି ଭୋଜପୁରୀ ସୁପରଷ୍ଟାର ଖେସରୀ ଲାଲ ଯାଦବ ଏବଂ ଅଞ୍ଜନା ସିଂ ଶୋକ ପ୍ରକାଶ କରିଛନ୍ତି । ଇନଷ୍ଟାଗ୍ରାମରେ ଶ୍ୟାମଙ୍କ ଫଟୋ ସେୟାର କରି ଖେସରୀ କ୍ୟାପସନରେ ଲେଖିଛନ୍ତି, ‘ଆମର ସମସ୍ତ ଚେଷ୍ଟା ସତ୍ତ୍ବେ ଆମେ ଆମ ଭାଇ ଶ୍ୟାମଙ୍କୁ ବଞ୍ଚାଇପାରିଲୁନି । ତାଙ୍କ ମୃତ୍ୟୁରେ ମୁଁ ଭାଙ୍ଗି ପଡିଛି । ଭାଇ , ଆପଣ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ଆପଣଙ୍କ ଦ୍ବାରା ଲିଖିତ ପ୍ରତ୍ୟେକ ଗୀତ ଆପଣଙ୍କୁ ଆମ ମଧ୍ୟରେ ଅନୁଭବ କରିବାଇବ । ଭଗବାନ ଆପଣଙ୍କର ପବିତ୍ର ଆତ୍ମାକୁ ଶାନ୍ତି ଦିଅନ୍ତୁ । ତାଙ୍କୁ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କଠୁ ଆରମ୍ଭ କରି ସେଲିବ୍ରିଟି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା