Masthead

ଜୁହାର୍ , ଆଜି ନୂଆଁଖାଇ ତିହାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ  ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଦୂରଦୂରାନ୍ତରେ  ଥିବା ପରିବାର ସଦସ୍ୟ ଫେରିବା ପରେ ଘର ଉଠୁଛି ଆଉ  ପଡୁଛି । ପିଠାପଣାର ଆସରରେ ଘର ଅଗଣା ମହକି ଉଠିଛି ।  ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପ୍ରଥମ ନବାନ୍ନ  ଲାଗି ହେବାକୁ ଥିବାରୁ ସେଠାରେ ବି ପ୍ରସ୍ତୁତି ଶେଷ ହୋଇଛି ।  ହେଲେ ଅଣ ଜଳସେଚିତ ଅଞ୍ଚଳରେ ବର୍ଷା ଅନିୟମିତତା  ଯୋଗୁଁ ଚାଷୀ ମନରେ ସେଭଳି ସରାଗ ଦେଖିବାକୁ ମିଳୁନାହିଁ ।  ତଥାପି ବିଧିରକ୍ଷା ପାଇଁ ମନରେ ଉତ୍ସାହ ଭରି ମାଟିର ପର୍ବକୁ  ପାଳନ କରିବାକୁ ଅଣ୍ଟା ଭିଡିଛି ଚାଷୀ ।   ମା’ଙ୍କୁ ନବାନ୍ନ ଲାଗି ପାଇଁ ସମଲେଶ୍ବରୀ ମନ୍ଦିରରେ ପ୍ରସ୍ତୁତି । ଘରେ ଘରେ ଚାଲିଛି ପିଠାପଣା ପ୍ରସ୍ତୁତି ।

ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ ନବାନ୍ନ ନୂଆଁଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇପଡ଼ିଛି । ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ । ସେହିଭଳି କଣ୍ଟାପାଲି ଜମିଦାରଙ୍କ ଘରୁ ମାଆଙ୍କ ପାଇଁ ସ୍ୱତନ୍ତ୍ର ନୂଆଁଖାଇ ଭାର ଆସିଛି । ଏହାରି ଭିତରେ ମାଆଙ୍କ ଅଳଙ୍କାର ମାର୍ଜଣା ମଧ୍ୟ କରାଯିବ। ସମସ୍ତ ପ୍ରସ୍ତୁତି ସରିଛି । ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ନବାନ୍ନ ଖାଇବେ ପରିବାର ଲୋକେ । କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା। ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମା’ ସମଲେଇଙ୍କ ଠାରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି କାମନା କଲେ ସିଏମ୍।

 ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୟ ଜଗନ୍ନାଥ, ଜୟ ମାଁ ସମ୍‌ଲେଇ…  “ସମ୍‌କୁ ମୋର ନୂଆଁଖାଇ ଜୁହାର୍”। ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆମର୍ ମହାନ୍ ସଂସ୍କୃତି ଆଉର୍ ପରମ୍ପରା ର ବାର୍ତ୍ତା ବାହକ୍ ଆଏ ଇ ନୂଆଁଖାଇ ତିହାର୍ ।ପରିବାର୍‌ ର ସଦସ୍ୟ ମାନେ ଦେଶ୍ ବିଦେଶ୍‌ ର ଯେନୁ ଭି ଥିଲେ ଇ ତିହାର୍ ଲାଗି ନିଜର୍ ନିଜର୍ ଗାଁ କେ ଘର୍ କେ ଫିର୍ଶନ। ପରିବାର୍ ର ସଭେ ଏକ୍ ହେଇ କରି ମିଶିକରି ନୂଆଁ ଖାଏସନ୍ । ମୁନୁଷ୍ ମୁନୁଷ୍ ଭିତରେ ସ୍ନେହ, ପ୍ରେମ୍, ଶ୍ରଦ୍ଧା, ସମ୍ମାନ୍ ର ଆଦାନ୍ ପ୍ରଦାନ୍ ଆର୍ ଭାଇଚାରା କେ ନେଇ କରି ଆଇସି ଆମର୍ ଇ ପରବ୍ ନୂଆଁଖାଇ । ଆମର୍ ପରମ୍ପରାରେ ନୂଆଁଖାଇର ଯେତ୍‌କି ମହତ୍ତ୍ଵ ଅଛେ ସେତ୍‌କି ମହତ୍ତ୍ଵ ନୂଆଁଖାଇ ଭେଟଘାଟ୍ ର ଭି ଅଛେ ।

ନୂଆଁ ଖାଇ ସାର୍ଲା ପରେ ସଭେ ସବ୍‌କୁ ଭେଟ୍ ହେବାର, ବଡ୍ ମାନଙ୍କୁ ନୂଆଁଖାଇ ଜୁହାର କର୍ବାର, ସମକର୍ ଭିତରେ ଭାବ୍ ପ୍ରେମ୍ ର ଆଦାନ୍ ପ୍ରଦାନ୍ କର୍ବାର୍ ଆର୍ ନାଚ୍ ଗୀତ୍ ଖାନା ପିନା ମୌଜ ମଜ୍ଲିସ କର୍ବାର ଇ ନୂଆଁଖାଇ ଭେଟଘାଟ୍ ର ଗୁଟେ ନିଆରା ପରମ୍ପରା ଆଏ ।୨୦୩୬ ତକ୍ ବିକଶିତ ଓଡ଼ିଶା ଆଉ ୨୦୪୭ ତକ୍ ବିକ୍‌ଶିତ୍‌ ଭାରତ ଗଠନ୍ ଲାଗି ସମସ୍ତେ ନିଜର୍ ନିଜର୍ ଦାୟିତ୍ୱ ଗ୍ରହଣ କରି ନିଜର୍ ନିଜର୍ କର୍ତ୍ତବ୍ୟ ପାଲନ୍ କରୁନ୍ ବୋଲି ଆଜି ଇ ଶୁଭ୍ ଦିନ୍ ରେ ଛାତ୍ର ଛାତ୍ରୀ ଯୁବକ୍ ଯୁବତୀ ଶ୍ରମିକ୍ କିଶାନ୍ ଜୱାନ୍ ସମ୍‌କୁ ଅନୁରୋଧ୍ କରୁଛେଁ। ନୂଆଁଖାଇ ସମସ୍ତଙ୍କର ଜୀବନରେ ନୂଆଁ ଆଶା ସଞ୍ଚାରିତ କରୁ । ମାଁ ସମଲେଇ, ମହାପ୍ରଭୂ ଶ୍ରୀଜଗନ୍ନାଥ୍ ସମସ୍ତଙ୍କର୍ ଜୀବନ ଥି ହସ୍ ଖୁସି ସୁଖ୍ ଶାନ୍ତି ଉନ୍ନତୀ ପ୍ରଗତି ସଫଳତା ଭରି ଦେଉଁନ୍ ବୋଲି ପ୍ରାର୍ଥନା କରୁଛେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା