Masthead

ଏମପିରେ କରୋନାର ବିକଳ ଚିତ୍ର

ଭୋପାଲ (ବଡ଼ ଖବର ବ୍ୟୁରୋ): କରୋନା ଭାଇରସର ଦ୍ୱିତୀୟ ଲହର ମଧ୍ୟପ୍ରଦେଶ ସରକାରଙ୍କ ଚିନ୍ତା ବଢାଇଦେଇଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ଲଗାମ ଲାଗୁନି । ରାଜ୍ୟରେ ଭୁଶୁଡି ପଡିଛି ସ୍ୱାସ୍ଥ୍ୟସେବା । ସ୍ଥିତି ସମ୍ଭାଳିବା ରାଜ୍ୟ ସ୍ୱାସ୍ଥ୍ୟବିଭାଗ ଲାଗି ଚ୍ୟାଲେଞ୍ଜ ହୋଇପଡିଛି । ରାଜ୍ୟରେ ଅମ୍ଲଜାନ ରିମେଡେଭିସିର ଓ ହସ୍ପିଟାଲ ବେଡର ଘୋର ଅଭାବ ଲାଗି ରହିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହାର୍ଦ୍ଧିକ ଡାଙ୍ଗ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

ମନ୍ତ୍ରୀ ମିଛ କହୁଥିବା ଜଳଜଳ ଦିଶୁଛି । ଅମ୍ଳଜାନ ପାଇଁ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲରେ ଲୋକଙ୍କ ଲମ୍ବା ଧାଡି ଲାଗି ରହିଛି । ଅମ୍ଲଜାନ ଅଭାବରୁ ଡାକ୍ତରଖାନା କର୍ତ୍ତୃପକ୍ଷ କୋଭିଡ ଆକ୍ରାନ୍ତମାନଙ୍କୁ ଗ୍ରହଣ କରୁନାହାନ୍ତି । ଆବଶ୍ୟକ ତୁଳନାରେ ଅଧିକ ରୋଗୀ ଡାକ୍ତରଖାନା ଗୁଡିକରେ ଚିକିତ୍ସିତ ହେଉଛନ୍ତି । ବେଡ ଅଭାବରୁ ଚଟାଣରେ ରୋଗୀ ସେବା କରାଯାଉଛି । ରୋଗୀଙ୍କ ତୁଳନାରେ କର୍ମଚାରୀ ମଧ୍ୟ ନାହାନ୍ତି । ଲୋକମାନେ ଦିନ ଦିନ ଅପେକ୍ଷା କରୁଥିଲେ ମଧ୍ୟ ରିମେଡେଭିସିର ମଧ୍ୟ ପାଉନାହାନ୍ତି । ଭୋପାଳ ଡାକ୍ତରଖାନାରୁ ୮ ହଜାର ଫାଇଲ ରିମେଡେଭିସିର ଚୋରି ହୋଇଯାଇଛି ।

ଅମ୍ଳଜାନ ସରିଯିବାରୁ ସାହାଡୋଲ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିବା ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ୧୯୮୪ ମସିହାର ଭୋପାଳ ଗ୍ୟାସ ଟ୍ରାଜେଡି ଲୋକଙ୍କ ମନରୁ ଲିଭିନି । ଗ୍ୟାସ ଲିକ ଯୋଗୁଁ ଲୋକଙ୍କ ମୃତ୍ୟୁ ହୋଇଥିଲା । ।ଏବେ ଅମ୍ଳଜାନ ଅଭାବରୁ ପ୍ରତିଦିନ ଶହଶହ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । କିନ୍ତୁ ରାଜ୍ୟସରକାର ପ୍ରକୃତ ତଥ୍ୟ ଲୁଚାଉଛନ୍ତି । ୧୮ ତାରିଖରେ ୫୪ ଜଣଙ୍କର ମୃତ୍ୟୁ ହୋଇ୍ଥିଲା । ଶବ ସଂସ୍କାର ପାଇଁ ୫୪ ଜଣଙ୍କୁ ଟୋକନ ଦିଆଯାଇଥିଲା । ମାତ୍ର ସରକାରୀ ରେକର୍ଡରେ ଶୂନ୍ୟ ବୋଲି ଦର୍ଶାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ