Masthead

ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶିଖରଚଣ୍ଡୀରୁ ଫେରିଗଲେ ଦନ୍ତା ହାତୀ । ହାତୀକୁ ଘଉଡ଼ାଇଲା ବନବିଭାଗ । ଆଜି ଭୋର ପ୍ରାୟ ୫ଟା ବେଳେ ଭରତପୁର ଜଙ୍ଗଲକୁ ପ୍ରବେଶ କରିଛନ୍ତି ଦୁଇ ଦନ୍ତା ହାତୀ। ରାତି ସାରା ହାତୀଙ୍କୁ ଘଉଡ଼ାଇବା ପାଇଁ ଲାଗିଥିଲା ବନ ବିଭାଗ। ରବିବାର ଅପରାହ୍ନରୁ ଆରମ୍ଭ ହୋଇଥିଲା ବନ ବିଭାଗର ସ୍ପେସାଲ୍ ନାଇଟ୍ ଟ୍ରାକିଂ। ହାତୀ ଖୋଜିବାକୁ ବ୍ୟବହାର ହୋଇଥିଲା ନାଇଟ୍ ଭିଜନ କ୍ୟାମେରା। ପର୍ୟ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା ଶିଖରଚଣ୍ଡୀ ପୀଠ । ପାହାଡ଼ରୁ ଦନ୍ତା ଆଉଟ୍ ପରେ ଖୋଲିଲା ଶିଖରଚଣ୍ଡୀ ପୀଠ । ମା’ଙ୍କ ଦର୍ଶନ ସହ ଭୋଜି ପାଇଁ ପର୍ୟ୍ୟଟକଙ୍କୁ ମିଳିଲା ଅନୁମତି ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଶିଖରଚଣ୍ଡୀରେ ଆତଙ୍କ ଖେଳାଉଥିଲେ ହାତୀ । ଏହାପରେ ପର୍ଯ୍ୟଟକଙ୍କୁ ଶିଖରଚଣ୍ଡୀ ବାରଣ କରାଯାଇଥିଲା। ବନବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଏହି ସମୟ ମଧ୍ୟରେ ପର୍ଯ୍ୟଟକଙ୍କୁ ଶିଖରଚଣ୍ଡୀ ଭିତରକୁ ପ୍ରବେଶ ଉପରେ ବାରଣ କରାଯାଇଥିଲା । ତେବେ ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ଦନ୍ତା ଦୁଇଟି ଚନ୍ଦକା ଜଙ୍ଗଲ ମଧ୍ୟକୁ ଫେରିଯାଇଛନ୍ତି । ଯାହାପରେ ବନବିଭାଗର ଚାଲିଥିବା ଅପରେସନ ସଫଳ ହୋଇଛି । ଆଉ ପର୍ଯ୍ୟଟକଙ୍କ ବନ୍ଦ ଥିବା ଶିଖରଚଣ୍ଡୀ ଗେଟ୍କୁ ଖୋଲାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କପିଳାସରେ ମହାପ୍ରଭୁଙ୍କ ନୀତି ବନ୍ଦ, ଧାରଣାରେ ସେବାୟତ 🔴 ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା 🔴 ଗିରଫ ହେଲେ ବିଜେଡି ନେତ୍ରୀ 🔴 ଆଜି ସନ୍ଧ୍ୟାରେ ମନ୍ତ୍ରୀ ପରିଷଦ ବୈଠକ 🔴 ୧୬ ରୁ ମଇ ୧୫ ପ୍ରଥମ ପର୍ଯ୍ୟାୟ ଜନଗଣନା 🔴 ବ୍ରିଜ୍‌ ଉପରକୁ ଚଢ଼ିଗଲା ବସ୍‌ 🔴 ଆଜି ପଙ୍କୋଦ୍ଧାର ଏକାଦଶୀ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପିଳାସରେ ମହାପ୍ରଭୁଙ୍କ ନୀତି ବନ୍ଦ, ଧାରଣାରେ ସେବାୟତ 🔴 ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା 🔴 ଗିରଫ ହେଲେ ବିଜେଡି ନେତ୍ରୀ 🔴 ଆଜି ସନ୍ଧ୍ୟାରେ ମନ୍ତ୍ରୀ ପରିଷଦ ବୈଠକ 🔴 ୧୬ ରୁ ମଇ ୧୫ ପ୍ରଥମ ପର୍ଯ୍ୟାୟ ଜନଗଣନା 🔴 ବ୍ରିଜ୍‌ ଉପରକୁ ଚଢ଼ିଗଲା ବସ୍‌ 🔴 ଆଜି ପଙ୍କୋଦ୍ଧାର ଏକାଦଶୀ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର