Masthead

ଅଲଗା ହେଲେ ଶିଖର-ଆୟସା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୀର୍ଘ ନଅ ବର୍ଷ ଏକାଠି ରହି ଅଲଗା ହେଲେ ଶିଖର-ଆୟସା । ଭାରତର ବିସ୍ଫୋରକ ଓପନର ବ୍ୟାଟ୍ସମ୍ୟାନ ଶିଖର ଧାୱନ ନିଜର ଜୀବନସାଥୀ ଆୟେଶା ମୁଖାର୍ଜୀଙ୍କ ଠାରୁ ଅଲଗା ହେବାର ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଏନେଇ ଧାୱନଙ୍କ ପକ୍ଷରୁ କୌଣସି ବିବୃତ୍ତି ଆସିନଥିଲେ ମଧ୍ୟ ତାଙ୍କ ପତ୍ନୀ ଆୟେଶା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଛାଡପତ୍ର ବିଷୟରେ ଏକ ଭାବକୁ ପୋଷ୍ଟ ଲେଖିଥିବାର ଦେଖିବାକୁ ମିଳିଥିଲା ।

ଅପରପକ୍ଷରେ ୨୦୧୨ ମସିହାରେ ଧାୱନ ଓ ଆୟେଶା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏବଂ ୨୦୧୪ ମସିହାରେ ଏହି ଦମ୍ପତ୍ତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ହେଲେ ଅଚାନକ ଉଭୟଙ୍କର ଅଲଗା ହେବାର କଥାକୁ ସହଜରେ ହଜମ କରିପାରୁନାହାଁନ୍ତି କ୍ରୀଡ଼ାପ୍ରେମୀ । ତେବେ ଥରୁଟିଏ ତଲାକ ହୋଇ ସାରିଛି । ଲାଗୁଥିଲା ଦ୍ୱିତୀୟଥର ଏମିତି କିଛି ଘଟିବ ନାହିଁ । ମୋତେ ବହୁତ କିଛି ସାବ୍ୟସ୍ତ କରିବାର ଥିଲା ।

ଏଥିପାଇଁ ଯେବେ ମୋର ଦ୍ୱିତୀୟ ବିବାହ ବିଚ୍ଛେଦ ଘଟିଲା ଏହା ମୋ ପାଇଁ ବହୁତ ଭୟାବହ ଥିଲା । ମୁଁ ଭାବୁଥିଲି ତଲାକ ଏକ ଖରାପ ଶବ୍ଦ । ମାତ୍ର ମୋର ଦୁଇଥର ତଲାକ ହୋଇଗଲା । ମଜାର କଥା ଶବ୍ଦ ଗୁଡ଼ିକର କେତେ ଶକ୍ତିଶାଳୀ ଅର୍ଥ ଥାଏ ଏବଂ ସମ୍ବନ୍ଧ ଥାଏ । ମୁଁ ଛାଡ଼ପତ୍ରନାରୀ ଭାବେ ନିଜେ ଅନୁଭବ କରି ସାରିଛି । ଯେବେ ମୋର ପ୍ରଥମ ଥର ଛାଡ଼ପତ୍ର ହୋଇଥିଲା ସେହି ସମୟରେ ମୁଁ ବହୁତ ଡ଼ରି ଯାଇଥିଲି । ମୋତେ ଲାଗିଲା ଯେ ମୁଁ ବିଫଳ ହୋଇଗଲି ଏବଂ ନିଜ ମା-ବାପାଙ୍କୁ ନିରାଶ କଲି । ମୋତେ ଲାଗିଲା ଯେ ମୁଁ ପିଲାମାନଙ୍କୁ ନିଚ୍ଚ ଦେଖାଉଛି ।

ଆଉ କିଛି ମାତ୍ରାରେ ଲାଗିଥିଲା ଯେ ମୁଁ ଭଗବାନଙ୍କ ମଧ୍ୟ ଅପମାନ କରିଛି । ତଲାକ ବହୁତ ଖରାପ ଶବ୍ଦ ବୋଲି ଧାୱନଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ । ଅନ୍ୟପଟେ ଆୟାଶାଙ୍କ ପ୍ରଥମ ବିବାହ ଅଷ୍ଟ୍ରେଲିଆର ଏକ ବ୍ୟବସାୟୀଙ୍କ ସହ ହୋଇଥିଲା ।

ଆୟଶାଙ୍କ ପ୍ରଥମ ବିବାହରେ ଦୁଇଟି କନ୍ୟା ସନ୍ତାନ ହୋଇଥିଲା । ତାଙ୍କର ପ୍ରଥମ ଝିଅର ଜନ୍ମ ୨୦୦୦ ମସିହାରେ ହୋଇଥିଲା । ପୁଣି ଦ୍ୱିତୀୟ କନ୍ୟାର ଜନ୍ମ ୨୦୦୫ ମସିହାରେ ହୋଇଥିଲା । ଶିଖର ଓ ଆୟେଶା ଦୁହେଁ ଫେସବୁକରେ ଦେଖାହୋଇଥିଲା । ପ୍ରଥମେ ସାଙ୍ଗ ଏବଂ ପରେ ଜୀବନସାଥୀ ହୋଇଥିଲେ ଶିଖର ଓ ଆୟେଶା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ