Masthead

ସହାୟତା ଅପେକ୍ଷାରେ ଗାୟକ ଶକ୍ତି ମିଶ୍ର

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ): ‘ବୟସର ରାଜପଥରେ ମନ ହେଲେ ବାଟବଣା, ଘଟିଥାଏ ଥରେ ଥରେ ମିଠାମିଠା ଦୁର୍ଘଟଣା…. । ଏକଦା ଏହି ଗୀତ ଓଡ଼ିଶାର ଅସଂଖ୍ୟ ସଙ୍ଗୀତ ପ୍ରେମୀଙ୍କ ମହଲରେ ଚହଳ ସୃଷ୍ଟି କରିଥିଲା । ଏହି ଗୀତଟିକୁ ଗାଇଥିଲେ ଓଡ଼ିଆ ସଙ୍ଗୀତ ଦୁନିଆର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର । କେବଳ ଏହି ଗୀତ ନୁହେଁ ମୋର ଭୁଗୋଳରେ ଭଳ ହେଉଥିଲା, ତାର ଲମ୍ବା ବେଣୀ, ସାତ ମେଘର ଓଢଣା ଟାଣି, ମେଘରେ ମେଘ ଭଳି ଅନେକ ହିଟ୍ ଗୀତ ଅଛି ଯାହା ଆଜି ମଧ୍ୟ ଶ୍ରୋତାଙ୍କ ମନରେ ତାଜା ହୋଇ ରହିଛି ।

କିନ୍ତୁ ଦୁଃଖ ଓ ପରିତାପର ବିଷୟ ସେ ଆଜି ମୃତ୍ୟୁ ସହ ଲଢେଇ କରୁଛନ୍ତି । ହୃତପିଣ୍ଡରେ ବ୍ଲକେଜ ହେବା ସହ ତାଙ୍କ ଲିଭର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଲିଭର ପ୍ରତିରୋପଣ ପାଇଁ ୩୦ ଲକ୍ଷ ଟଙ୍କା ଲୋଡା ଥିବା ବେଳେ ସେ ଅର୍ଥାଭାବର ସମ୍ମୁଖୀନ ହୋଇଛନ୍ତି । ସରକାରଙ୍କ ସମେତ ଅଗଣିତ ଶ୍ରୋତାବନ୍ଧୁ ଓ ପ୍ରଶଂସକଙ୍କ ସହାୟତାକୁ ଶକ୍ତି ଅପେକ୍ଷା କରିଛନ୍ତି । ତାଙ୍କ ସହଯୋଗ କରିବା ପାଇଁ ତାଙ୍କ ଆକାଉଣ୍ଟ ନମ୍ବର-୨୦୨୨୬୮୦୦୯୯୯, ଆଇଏଫଏସସି କୋଡ଼- ଏସବିଆଇଏନ୦୦୦୮୫୮୨ କିମ୍ବା ଫୋନ୍ ପେ ନମ୍ବର ୯୮୬୧୦୪୯୧୮୦ରେ କିଛି ଆର୍ଥିକ ସାହାର୍ଯ୍ୟ କରିବାକୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ